ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟା ମହଲତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 7, 2019

ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟା ମହଲତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି ଗଣମାଧ୍ୟମ ପ୍ରତିନିଧି । ୨୪ ଘଣ୍ଟା ମଧ୍ୟରେ ସାଂସଦ କ୍ଷମା ମାଗିବାକୁ ଦାବି  ହୋଇଛି ।  ଦାବି ପୂରଣ ନହେଲେ ବିଧାନସଭା ଘେରାଉର ଚେତାବନୀ ମଧ୍ୟ ଦିଆଯାଇଛି। ଦରକାର ପଡ଼ିଲେ ନବୀନ ନିବାସ ମଧ୍ୟ ଘେରାଉ କରାଯିବ ବୋଲି କହିଛନ୍ତି  ଗଣମାଧ୍ୟମ ପ୍ରତିନିଧି । ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦଦିକମାନେ ରାଜନେତାଙ୍କ ଆକ୍ରୋଶର ଶିକାର ହେଉଥିବାରୁ ଆସନ୍ତା ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ୍ ଆଣିବାକୁ  ମଧ୍ୟ ଦାବି ହୋଇଛି।

ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର ଘଟଣାରେ ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଜଣେ ସାଂସଦଙ୍କ ଏପରି ଔଦ୍ଧତ୍ୟକୁ ତୀବ୍ର ସମାଲୋଚନା କରିବା ସହ ତାଙ୍କ ବିରୋଧରେ କଡ଼ା  କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଜଣେ ସାମ୍ବାଦିକଙ୍କ ପ୍ରତି ଅନୁଭବଙ୍କ ଏପରି ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଭୁବନେଶ୍ୱରରେ  ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଣମାଧମ ପ୍ରତିନିଧି । ଭୁବନେଶ୍ୱର ଜୟଦେବ ଭବନ ଆଗରେ ସାମ୍ବାଦିକମାନେ ସାଂସଦଙ୍କ ପ୍ରତିବାଦ କରିଛନ୍ତି । ରାଜାରାମ ଶତପଥୀ, କେ. ରବି. ପ୍ରସନ୍ନ ମହାନ୍ତି, ଦୟାନିଧୀ ଦାସଙ୍କ ପରି ବରିଷ୍ଠ ସାମ୍ବାଦିକ ଏହି ଆନ୍ଦୋଳନରେ ସାମିଲ ହୋଇ କେନ୍ଦ୍ରାପଡ଼ା ସାଂସଦଙ୍କ ଏପରି ଆଚରଣକୁ ତୀବ୍ର ନିନ୍ଦା କରିଛନ୍ତି।



from Odisha Reporter https://ift.tt/2NJ4Roc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages