ନୂଆଦିଲ୍ଲୀ: ନିକଟରେ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଭାବରେ ଶପଥ ନେଇଥିବା ଓଡ଼ିଆର ଗିରିଶ ଚନ୍ଦ୍ର ମୁର୍ମୁ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ। ଏଥିପାଇଁ ଆତଙ୍କବାଦୀ ମାନେ ଏକ ବଡ଼ ଷଡ଼ଯନ୍ତ୍ର କରିଥିବା ସୂଚନା ରହିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ନବ ଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ମୁଜାଫରାବାଦରେ ଆତଙ୍କବାଦୀମାନେ ଏହି ପ୍ରସଙ୍ଗରେ ଅକ୍ଟୋବର ୨୯ରେ ଏକ ବୈଠକ କରିଥିଲେ।
ନିକଟରେ ଜମ୍ମୁ କଶ୍ମୀରର ବ୍ଲକ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀ, ପ୍ରମୁଖ ନେତା ମଧ୍ୟ ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଜଣାପଡ଼ିଛି। ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ଜିଆ-ଉଲ୍-ରହମାନ ମୀର ଏହାର ନେତୃତ୍ୱ ନେଇଛି।
ଜମ୍ମୁ କଶ୍ମୀରର କୋଟଲିର ଜମା-ଉଲ-ହକ ମଦରାସାରେ ଅକ୍ଟୋବର ୨୯ରେ ଆତଙ୍କବାଦୀ ମାନେ ଏହି ବୈଠକ କରିଥିଲେ। ଏହି ବୈଠକରେ ସମସ୍ତ ଆତଙ୍କବାଦୀ ସାମିଲ୍ ହୋଇଥିଲେ। ତେବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ଜୈଶ-ଏ-ମହମ୍ମଦକୁ ଅନୁପ୍ରବେଶ କରିବା ପାଇଁ ପ୍ରବର୍ତ୍ତାଇଥିବା ସୂଚନା ରହିଛି।
from Odisha Reporter https://ift.tt/2WRj5aF
No comments:
Post a Comment