ସାମ୍ନାକୁ ଆସିଲା ‘ୟେ ହୈ ମୋହାବତେଁ’ର ସ୍ପିନ୍-ଅଫ୍ ଶୋ’ର ପ୍ରୋମୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 28, 2019

ସାମ୍ନାକୁ ଆସିଲା ‘ୟେ ହୈ ମୋହାବତେଁ’ର ସ୍ପିନ୍-ଅଫ୍ ଶୋ’ର ପ୍ରୋମୋ

ମୁମ୍ବାଇ: ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସିରିଏଲ୍‌ ‘ୟେ ହୈ ମୋହାବତେଁ’ର ସ୍ପିନ୍-ଅଫ୍ ଶୋ’ ‘ୟେ ହୈ ଚାହତେ’। ଅନେକ ଦିନ ହେଲାଣି ଏହି ଶୋ’କୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଏହାର ପ୍ରୋମୋ ସାମ୍ନାକୁ ଆସିଛି। ଖୁବ୍‌ଶୀଘ୍ର ଏହା ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେବ। ସ୍ପିନ୍-ଅଫ୍ ଶୋ’ର ଅର୍ଥ ଫିଲ୍ମ ବା ଟେଲିଭିଜନ୍‌ରେ ପ୍ରସାରିତ କୌଣସି କାର୍ଯ୍ୟକ୍ରମର ପରିବର୍ଦ୍ଧିତ ରୂପ। ଅର୍ଥାତ୍ ଅରିଜିନାଲ୍ କାର୍ଯ୍ୟକ୍ରମକୁ ଏଥିରେ ଆଉ ଟିକେ ବିସ୍ତାରିତ ଭାବେ ଦେଖାଯାଏ ଓ ତା’ସହିତ ଆଉ କିଛି କିଛି ପରିବର୍ତ୍ତନ କରାଯାଏ।

ସିରିଏଲ୍‌ ‘ୟେ ହୈ ମହାବତେଁ’ରେ ଇଶିତା ଓ ରମଣ (ଦିବ୍ୟଙ୍କା ତ୍ରିପାଠୀ ଓ କରଣ ପଟେଲ) ଲିଡ୍‌ ରୋଲ୍‌ରେ ଅଭିନୟ କରି ଦର୍ଶକଙ୍କ ମନ ଜିତି ଆସୁଛନ୍ତି। ତେବେ ‘ୟେ ହୈ ଚାହତେ’ରେ ଦର୍ଶକ ଦେଖିବାକୁ ପାଇବେ ଏକ ନୂଆ ଯୋଡ଼ି। କେବଳ ନୂଆ ଯୋଡ଼ି ନୁହେଁ, ତାହା ସାଙ୍ଗକୁ ନୂଆ କାହଣୀ ମଧ୍ୟ ରହିଛି।

ରିଲିଜ୍‌ ହୋଇଥିବା ପ୍ରୋମୋରେ ସିରିଏଲ୍‌ର ଲିଡ୍‌ ଅଭିନେତ୍ରୀଙ୍କ ଚେହେରା ବି ସାମ୍ନାକୁ ଆସିଯାଇଛି। ଏଥିରେ ଦେଖିବାକୁ ମିଳୁଛି ଯେ ‘ୟେ ହୈ ମହାବତେଁ’ର ଇଶିତା ଓ ରମଣ ପରସ୍ପର ସହ କଥା ହେଉ ହେଉ ସିରିଏଲ୍‌ର ଲିଡ୍‌ ଅଭିନେତ୍ରୀ ଓ କାହାଣୀ ବିଷୟରେ ଆଭାସ ଦେଉଛନ୍ତି। ତେବେ ଭିଡିଓରୁ ଜଣାପଡୁଛି ଯେ ଇଶିତା ନିଜ ଝିଆରୀର ବାହାଘର ଚିନ୍ତାରେ ଅଛନ୍ତି, ଯିଏକି ସିରିଏଲ୍‌ର ଲିଡ୍‌ ଅଭିନେତ୍ରୀ। ହେଲେ ଶେଷରେ ଜଣାପଡ଼ୁଛି ଯେ ସେ ଜଣେ ପିଲାର ମା’ ମଧ୍ୟ। କିନ୍ତୁ ଟ୍ୱିଷ୍ଟ ହେଉଛି ଯେ ସେ ଜଣେ ସିଙ୍ଗଲ୍‌ ମଦର୍‌।

ସୂଚନାଯୋଗ୍ୟ, ‘ୟେ ହୈ ଚାହତେ’ରେ ‘ଗଣ୍ଠବନ୍ଧନ’ ସିରିଏଲ୍‌ର ରଘୁ ତଥା ଅବରାର୍‌ କାଜି ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ତାଙ୍କ ବିପକ୍ଷରେ ଫିମେଲ୍‌ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ସର୍‌ଗୁନ୍‌ କୌର୍। ସରଗୁନ୍‌ଙ୍କୁ ଶେଷଥର ପାଇଁ ସିରିଏଲ୍‌ ‘ତନ୍ତ୍ର’ରେ ଦେଖିବାକୁ ମିଳିଥିଲା। ଏହି ଶୋ’ ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ।



from Odisha Reporter https://ift.tt/2QYB4ej

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages