ଜୟପୁର(ଟି.ଗୌରୀଶଙ୍କର): ଧାନ କିଣାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି। ଖରିଫ ମଣ୍ଡି ଆରମ୍ଭ ହୋଇ ୧୦ଦିନ ବିତିଯାଇଥିଲେ ବି ଏଯାଏଁ ଚାଷୀ ଧାନ ମଣ୍ଡିକୁ ଆଣୁ ନାହାନ୍ତି।
ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ଚାଷୀଙ୍କୁ ବୁଝାଇବାରେ ସରକାର ସକ୍ଷମ ହୋଇଥିବାବେଳେ ଏବେ ଦକ୍ଷିଣ ଓଡ଼ିଶା ତଥା କୋରାପୁଟ ଜିଲ୍ଲାରେ ଚାଷୀ ଟୋକନ ସିଷ୍ଟମକୁ ବିରୋଧ କରିବା ସହ ଧାନ ବିକ୍ରି ପାଇଁ ମଣ୍ଡିକୁ ଆଣୁନାହାନ୍ତି। ଜୟପୁର ବ୍ଲକ ପାଞ୍ଜିଆଗୁଡାର ଅରୁଣକାନ୍ତ ମହାପାତ୍ର ୧୫ ଏକର ଚାଷ ଜମିରେ ଧାନ ଅମଳ କରିଛନ୍ତି। ହେଲେ ଏଯାଏ ତାଙ୍କ ପାଖକୁ ଟୋକନ ଆସିନି କି ତାଙ୍କୁ ଧାନ ବିକିବା ପାଇଁ ମେସେଜ ଆସିନି। ଫଳରେ ସେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ସରକାରଙ୍କ ସେଣ୍ଟ୍ରାଲାଇଜଡ୍ ଟୋକନ ଦ୍ୱାରା ଚାଷୀମାନେ କ୍ଷତି ସହିବେ ବୋଲି ଚାଷୀମାନେ କହିଛନ୍ତି। ସରକାର ଏନେଇ ଦିନେ ଦୁଇ ଦିନ ମଧ୍ୟରେ କୌଣସି ନିଷ୍ପତ୍ତି ନନେଲେ ଜୟପୁରରୁ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ଆନ୍ଦୋଳନ କରିବେ ବୋଲି ଚାଷୀମାନେ କହିଛନ୍ତି। ଏଫଏକ୍ୟୁ ଆଳରେ ଚାଷୀଙ୍କୁ ଶୋଷଣ କରାଗଲେ ପରିସ୍ଥିତି ଭୟଙ୍କର ହେବ ବୋଲି କୋରାପୁଟ ଜିଲ୍ଲା କୃଷକ ମଞ୍ଚ ଚେତାବନୀ ଦେଇଛି।
ଏନେଇ ଜଣେ ଚାଷୀ ଜୟନ୍ତ ପଟ୍ଟନାୟକ କହିଛନ୍ତି,“ଆମେ ଟକୋନ୍ ବ୍ୟବସ୍ଥାକୁ ବିରୋଧ କରୁ ନାହିଁ। ଆମ ଜିଲ୍ଲା ଅନୁସାରେ ଟୋକନ ଦିଆଯାଉ । ଚାଷୀଙ୍କୁ ସରପ୍ଲସ୍ ଦିଅନ୍ତୁ। ନିଜ ଇଚ୍ଛା ଅନୁସାରେ ମଣ୍ଡି ବନ୍ଦ କରିବା ପାଇଁ ସରପ୍ଲସ୍ ଦେଖାଉ ନାହାନ୍ତି। ଚାଷୀ ପାଖରେ ଧାନ ଥାଉ କି ନଥାଉ ସରକାରର ନେଣଦେଣ କିଛି ନାହିଁ। ଏହା ଏକ ପ୍ରହସୋନ ଚାଲିଛି।”
from Odisha Reporter https://ift.tt/2ONQpMf
No comments:
Post a Comment