ଭାରତୀୟ ହେବାର ଯୋଗ୍ୟତା ହରାଇଲେ ତେଲେଙ୍ଗାନା ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

ଭାରତୀୟ ହେବାର ଯୋଗ୍ୟତା ହରାଇଲେ ତେଲେଙ୍ଗାନା ବିଧାୟକ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାୟକ ରମେଶ ଚେନ୍ନାମାନେନିଙ୍କ ଭାରତୀୟ ନାଗରିକତ୍ୱକୁ ରଦ୍ଦ କରିଛନ୍ତି ଭାରତ ସରକାର। ସେ ଏକାଧିକ ତଥ୍ୟ ଗୋପାନ ରଖିବା ସହ ବେଆଇନ ଭାବେ ଭାରତୀୟ ନାଗରିକତ୍ୱ ହାସଲ କରିଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଛି। ଟିଆରଏସ୍‌ ବିଧାୟକ ରେମଶଙ୍କ ନାଗରିକତ୍ୱକୁ ସିଟିଜେନଶିପ ଆକ୍ଟ ୧୯୫୫ର ସେକସନ ୧୦ ଅନୁଯାୟୀ ରଦ୍ଦ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରମେଶ ହେଉଛନ୍ତି ଜର୍ମାନୀ ନାଗରିକ।

ସେ ୨୦୦୯ରେ ଭାରତର ନାଗରିକତ୍ୱ ଗ୍ରହଣ କରିବା ପାଇଁ ଲାଗୁ ହୋଇଥିବା ନିୟମକୁ ଠିକ ଭାବେ ମାନି ନାହାନ୍ତି। ସେ ଭାରତୀୟ ନାଗରିକତ୍ୱ ହୋଇ ନଥିଲେ ହେଁ ନିର୍ବାଚନ ଲଢ଼ି ଜିତିଥିଲେ। ଏହା ବିରୋଧରେ କଂଗ୍ରେସ ନେତା ଏ ଶ୍ରୀନିବାସ ଅଭିଯୋଗ କରିଥିଲେ। ସେ ଭୁଲ ତଥ୍ୟ ଦେଇ ଭାରତ ସରକାରଙ୍କ ଠାରୁ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଥିଲେ। ଏବେ ଏହାକୁ ସଂଶୋଧନ କରାଯାଉଛି। ରମେଶଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ କିମ୍ବା ସେ ଆତଙ୍କବାଦ କାର୍ଯ୍ୟକଳାପରେ ସାମିଲ ନାହାନ୍ତି। ତଥାପି ସେ ଭୁଲ ତଥ୍ୟ ଦେଇ ଭାରତୀୟ ହେବାର ପ୍ରମାଣପତ୍ର ପାଇଥିଲେ। ତେଣୁ ଏବେ ଏହାକୁ ଖାରଜ କରାଯାଉଛି।

ଏହାପୂର୍ବରୁ ୨୦୧୭ ଡିସେମ୍ବର ୧୩ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରେମଶଙ୍କ ନାଗରିକତ୍ୱ ରଦ୍ଦ କରିଥିଲା। ହେଲେ ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହାର ପୁନଃ ସମୀକ୍ଷା କରିବାକୁ କହିଥିଲେ। ଏବେ ଏହି ନିର୍ଦ୍ଦେଶ ପରେ ସେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।



from Odisha Reporter https://ift.tt/2XE0Beb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages