ମିଳୁନି ସ୍ୱାସ୍ଥ୍ୟସେବା; ତାତିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

ମିଳୁନି ସ୍ୱାସ୍ଥ୍ୟସେବା; ତାତିଲେ ଲୋକେ

ଲମତାପୁଟ(ଜଗତଜୀବନ କାଚିମ୍‌): ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପ ଅଧୀନରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଘରୋଇକରଣକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ସ୍ୱାସ୍ଥ୍ୟସେବା ପାଉ ନ ଥିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଉତ୍ତ୍ୟକ୍ତ ଲୋକେ।  ଏଥିନିମନ୍ତେ ପ୍ରଶାସନିକ ଅଧିକାରୀଙ୍କ ସହ ହୋଇଥିବା ଆଲୋଚନା ବିଫଳ ହେବାରୁ ଉତ୍ତ୍ୟକ୍ତ ଲୋକେ ଡି ଡ୍ୟାମ୍  ପାୱାର୍‌ ଗେଟ୍ ସର୍ଟର ପକାଇବା ସହ ପାୱାର ଚ୍ୟାନେଲକୁ ଜଳ ଯୋଗାଣ ବନ୍ଦ କରି ଦେଇଥିଲେ । ଏଥିଯୋଗୁ ପ୍ରଭୂତ କ୍ଷତି  ଘଟିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ, ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପ ଅଧୀନରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଘରୋଇକରଣକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରି ଆସୁଛନ୍ତି। ଏହାସତ୍ତ୍ୱେ ସ୍ୱାସ୍ଥ୍ୟକେନ୍ଦ୍ରର ଘରୋଇକରଣ ହେଲେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପରିବାର ଯେପରି ସୁବିଧା ପାଇବେ, ସେମାନଙ୍କୁ ମଧ୍ୟ ସେପରି ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି।

ଏଥିନିମନ୍ତେ ଗତକାଲି ମାଲକାନଗିରି ଜିଲ୍ଲାର ବଡଡୁରା ଗ୍ରାମ ପଂଚାୟତ, କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ଅନକାଡେଲି, ଚିକେନପୁଟ ଓ ବାଦିଗଡ ପଂଚାୟତର ଶତାଧିକ ମହିଳା ୯ଦଫା ଦାବି ନେଇ ବିଦ୍ୟୁତ୍‌  ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ଗତ ୨୦୦୯ ମସିହାରୁ ଅଞ୍ଚଳବାସୀ ଏପରି ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି କେହି ଧ୍ୟାନ ଦେଉ ନାହାନ୍ତି।

ଖବର ପାଇ କୋରାପୁଟ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ ମଧ୍ୟ ଗତକାଲି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରୋଜେକ୍ଟ ହସ୍ପିଟାଲ ଇନଚାର୍ଜଙ୍କ ସହ ଆଲୋଚନା କରିଛନ୍ତି। ଏଠାରେ ରୋଗୀଙ୍କୁ  ଚିକିତ୍ସା  ସୁବିଧା ସହ ମାଗଣା ଔଷଧ ଯୋଗାଇ ଦିଆଯାଉଥିବା ସେ କହିଲେ।  ଏଥିସହ ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରୋଜେକ୍ଟ ଡିଭିଜନାଲ ଅଧିକାରୀଙ୍କ ସହ ଆଲୋଚନା କରି ଅଞ୍ଚଳବାସୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି  ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।  ଏହାସତ୍ତ୍ୱେ ଏହି ବିବାଦର ସମାଧାନ ହୋଇ ପାରିନି।



from Odisha Reporter https://ift.tt/2XCCZXw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages