ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତକାଳିନ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସାଂସଦଙ୍କୁ ପୂର୍ବ ଅଧିବେଶନ ଭଳି ସକ୍ରିୟ ଓ ସକରାତ୍ମକ ରହିବାକୁ ଆହ୍ୱାନ କରିଛନ୍ତି। ସଂସଦ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋଦି ଏହା କହିଛନ୍ତି। ଏହା ଚଳିତ ବର୍ଷର ଅନ୍ତିମ ଅଧିବେଶନ। ଏଥିସହ ରାଜ୍ୟସଭାର ୨୫୦ତମ ଅଧିବେଶନ, ୨୬ ନଭେମ୍ୱର ସମ୍ବିଧାନ ପ୍ରତିଷ୍ଠା ଦିବସ ରହିଛି। ତେଣୁ ସମସ୍ତ ସଂସାଦଙ୍କ ସହଯୋଗ ଆଗାମୀ ଦିନରେ ଦେଶକୁ ବିକାଶ ଅଭିମୁଖେ ନେବ ବୋଲି ସେ ଆଶା ରଖିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଚଳିତ ଅଧିବେଶନ ୨୦୧୯ର ଅନ୍ତିମ ଅଧିବେଶନ। ଏହି ଶୀତକାଳୀନ ଅଧିବେଶନ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ରାଜ୍ୟସଭାର ଏହା ୨୫୦ତମ ଅଧିବେଶନ। ଏଥିସହ ଦେଶର ସମ୍ୱିଧାନ ୭୦ ବର୍ଷରେ ପାଦ ଥାପିବ। ଏହି ସମ୍ୱିଧାନ ଭାରତର ଏକତା, ଅଖଣ୍ଡତା ଓ ବିବିଧତା ପାଇଁ ପରିଚିତ’।
ସେ ଆହୁରି କହିଛନ୍ତି, କିଛି ଦିନ ତଳେ ସମସ୍ତ ଦଳର ନେତାଙ୍କ ସହ ସାକ୍ଷାତ ହୋଇଥିଲା। ସମସ୍ତ ଦଳ ଏବଂ ସାଂସଦଙ୍କ ସହଯୋଗ, ସକରାତ୍ମକ ଚିନ୍ତାଧାରା ଗତ ଅଧିବେଶନକୁ ସଫଳ କରାଇଥିଲା। ତେଣୁ ଚଳିତଥର ମଧ୍ୟ ସହଯୋଗ, ସକ୍ରିୟ ଓ ସକରାତ୍ମକ ଭାବ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଜିଠୁ ସଂସଦ ଆରମ୍ଭ ହୋଇ ୧୩ ଡିସେମ୍ୱରରେ ଶେଷ ହେବ।
from Odisha Reporter https://ift.tt/2KtSlYO
No comments:
Post a Comment