ପ୍ରସୂତିଙ୍କୁ ମିଳୁଛି ପାଣିଆ ଡାଲମା ସାଙ୍ଗକୁ ଅଳ୍ପ ଭାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ପ୍ରସୂତିଙ୍କୁ ମିଳୁଛି ପାଣିଆ ଡାଲମା ସାଙ୍ଗକୁ ଅଳ୍ପ ଭାତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜରେ ପ୍ରସୂତିଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି।  ଏ ସମ୍ପର୍କରେ ଜଣେ ପ୍ରସୂତି ଓ ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ  କେବଳ ଭାତ ଏବଂ ଡାଲମା ଦିଆଯାଇଥିଲା, ଯାହା ଖାଇଲେ ଜଣଙ୍କର ମଧ୍ୟ ପେଟ ପୂରିବ ନାହିଁ ବୋଲି ପ୍ରସୂତିଜଣକ କହିଛନ୍ତି । ଏମିତିକି ଡାଲମା ନା ଡାଲି ଦିଆଯାଇଥିଲା ତାହା ମଧ୍ୟ ଜଣାପଡୁ ନଥିଲା।  ପାଣିଆ ଡାଲମା ସାଙ୍ଗକୁ ଅଳ୍ପ ଭାତ ଦିଆଯାଇଥିବାରୁ ପ୍ରସୂତିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଏନେଇ ପ୍ରସୂତିଙ୍କ ସମ୍ପର୍କୀୟ ମନୁଲତା ରାଉତ କହିଛନ୍ତି,“ମୋ ଜାଆକୁ ଡାଲି ଓ ଭାତ ଖାଇବାକୁ ଦେଇଛନ୍ତି। ଖାଦ୍ୟର ମାନ କିଛି ନାହିଁ। ପ୍ରସୂତିଙ୍କୁ ଏଭଳି ଖାଦ୍ୟ ନଦେବା ଭଲ।”

ଅଭିଯୋଗକାରୀ ବବିତା ଜେନା କହିଛନ୍ତି,“ଡାକ୍ତର ଭଲ ଭାବେ ପ୍ରବସ ନିମନ୍ତେ ଆସୁଥିବା ମହିଳାଙ୍କ  ସ୍ୱାସ୍ଥ୍ୟ ପରୀକ୍ଷା କରୁ ନାହାନ୍ତି । ଆଉ ଯାହା ଖାଦ୍ୟ ଦିଆଯାଉଛି ଏହା ବନ୍ଦ କରିଦେଲେ ଭଲ। ଆମେ ହୋଟେଲରୁ ଆଣି ଖାଇବୁ ପଛେ ଏମିତି ଖାଦ୍ୟ ଖାଇ‍ବୁ ନାହିଁ।”

 

 

 



from Odisha Reporter https://ift.tt/34Mb4qj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages