କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ନେଇ ଶିବସେନା ସାଂସଦଙ୍କ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ନେଇ ଶିବସେନା ସାଂସଦଙ୍କ ଘୋଷଣା

ନୂଆଦିଲ୍ଲୀ: ଶିବସେନା ସାଂସଦ ତଥା କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ସାୱନ୍ତ ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଆଉ କିଛି ସମୟ ପରେ ସାମ୍ୱାଦିକ ସମ୍ମିଳନୀ କରି ଇସ୍ତଫା ବାବଦରେ କହିବେ ବୋଲି ଟୁଇଟ୍ କରି କହିଛନ୍ତି ଶିବସେନାର ସାଂସଦ ଅରବିନ୍ଦ ସାଓ୍ୱନ୍ତ। ତେବେ ଏନଡିଏରୁ ଶିବସେନା ଓହରିବ କି ନାହିଁ ସେ ନେଇ ସ୍ପଷ୍ଟ କରିନି।

ଗତକାଲି ରାଜ୍ୟରେ ସର୍ବାଧିକ ଆସନ ଜିତିଥିବା ବିଜେପି ସରକାର ଗଢ଼ିବ ନାହିଁ ବୋଲି କହିଥିଲା। ଏହାପରେ ଶିବସେନା ସରକାର ଗଢ଼ିବା ପାଇଁ ପ୍ରୟାସ କରିଛି। ଏବେ ନେତୃତ୍ୱାଧୀନ ସରକାରରେ ଏନସିପି ସାମିଲ୍ ହେବ ବୋଲି ଜଣାପଡ଼ିଛି। ଗତକାଲି ଏନସିପି ଶିବସେନାକୁ ଏନଡିଏରୁ ଓହରିବା ପାଇଁ ସର୍ତ୍ତ ରଖିଥିଲା। ଏହାପରେ ଏନସିପି ସମର୍ଥନ ଦେବ ବୋଲି କହିଥିଲା। ପରିଣାମସ୍ୱରୂପ ଆଜି ଶିବସେନାର ଏକମାତ୍ର ସାଂସଦ ଯିଏକି ମୋଦି ମନ୍ତ୍ରିମଣ୍ଡଳରେ ଥିଲେ ସେ ଇସ୍ତଫା ଦେଇଛନ୍ତି। ତେବେ ବିନା କଂଗ୍ରେସ ସମର୍ଥନରେ ବି ଶିବସେନା ସରକାର ଗଢ଼ିପାରିବ ନାହିଁ। ମହାରାଷ୍ଟ୍ରରେ ଏନସିପି କଂଗ୍ରେସ ମେଣ୍ଟରେ ରହିଛନ୍ତି। ତେଣୁ କଂଗ୍ରେସର ସମର୍ଥନ ପାଇଁ ଏନସିପି ସମସ୍ତ ପ୍ରକାର ଚେଷ୍ଟା କରିବ ବୋଲି ଜଣାପଡ଼ିଛି।

ତେବେ ଶିବସେନାର ୨୯ ବର୍ଷୀୟ ବିଧାୟକ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ହେବେ ନା ଦଳର ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଏବେ ଶିବସେନା ସ୍ପଷ୍ଟ କରିନି। ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ପୂର୍ବରୁ ଶିବସେନା ବିଜେପି ଆଗରେ ଦାବି କରୁଥିଲା। ହେଲେ ଗତକାଲି ଶିବସେନା ବିଧାୟକ ଦାବି କରିଥିଲେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ।



from Odisha Reporter https://ift.tt/2NyYq8q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages