ମୁମ୍ବାଇ: ଟେଲି ଅଭିନେତ୍ରୀ ଗହନା ବଶିଷ୍ଠ ଅସୁସ୍ଥ ହୋଇପଡ଼ିଛନ୍ତି। ଗତ ଗୁରୁବାର ଗହନା ନିଜ ୱେବ୍ ସିରିଜ୍ର ଶୁଟିଂ କରୁଥିବାବେଳେ ଚେତା ହରାଇଥିଲେ। ତାଙ୍କୁ ସେଠାରୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍ ନିଆଯାଇଥିଲା। ସୂଚନା ଅନୁଯାୟୀ, ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି।
ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, “ଗହନା ପ୍ରାଥମିକ ଉପଚାରକୁ ରେସ୍ପଣ୍ଡ୍ କରି ନଥିଲେ। ନିଃଶ୍ୱାସପ୍ରଶ୍ୱାସରେ ତାଙ୍କୁ କଷ୍ଟ ହେଉଥିଲା। ତେଣୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଛି। ଏହାଦ୍ୱାରା ତାଙ୍କ ମସ୍ତିଷ୍କ ପର୍ଯ୍ୟନ୍ତ ଭଲ ଭାବେ ଅମ୍ଳଜାନ ପହଞ୍ଚିପାରିବ। ଏବେ ତାଙ୍କ ସ୍ଥିତି ଗମ୍ଭୀର ରହିଛି। ତେବେ ତାଙ୍କର ଉପଯୁକ୍ତ ଚିକିତ୍ସା ଚାଲିଛି।”
ଗହନା ଜଣେ ଡାଇବେଟିସ୍ ରୋଗୀ। ତାଙ୍କର ସୁଗାର୍ ଲେଭଲ୍ ବଢ଼ି ଯାଇଥିବା ବେଳେ ରକ୍ତ ଚାପ କମି ଯାଇଛି। ଡକ୍ତରମାନେ ଏବେ ତାଙ୍କର କିଛି ଟେଷ୍ଟର ରିପୋର୍ଟକୁ ଅପେକ୍ଷା କରିଛନ୍ତି।
ସୂଚନା ଅନୁଯାୟୀ, ଗହନା ୪୮ ଘଣ୍ଟା ଧରି ଲଗାତାର ଶୁଟିଂ କରିଥିଲେ। ଚେତା ହରାଇବାର ୩୬ ଘଣ୍ଟା ପୂର୍ବରୁ କିଛି ଖାଇ ନଥିଲେ। ତା’ ମଧ୍ୟରେ କେବଳ ଥରେ ଏନର୍ଜି ଡ୍ରିଙ୍କ୍ ପିଇଥିଲେ। ଫଳରେ ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡ଼ି ଯାଇଥିଲା।
ସୂଚନାଯୋଗ୍ୟ, ଗହନା ଷ୍ଟାର୍ପ୍ଲସ୍ର ଶୋ’ ‘ବେହେନେ’ରେ ଲିଡ୍ ରୋଲ୍ରେ ଅଭିନୟ କରିଥିଲେ। ସେ ୨୦୧୨ରେ ମିସ୍ ଏସିଆ ବିକିନି କଣ୍ଟେଷ୍ଟର ବିଜେତା ହୋଇଥିଲେ। ଏହା ବ୍ୟତୀତ ସେ ସାଉଥ୍ରେ ୩୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ନିକଟରେ ସେ ଅଲ୍ଟ ବାଲାଜିର ‘ଗନ୍ଦି ବାତ୍’ରେ ନଜର ଆସିଥିଲେ।
from Odisha Reporter https://ift.tt/34ewc8F
No comments:
Post a Comment