ମୁମ୍ୱାଇ: ବିଜେପିଠୁ ସମର୍ଥନ ପ୍ରତ୍ୟାହାର କରିପାରନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ବିଧାୟକ ଅଜିତ ପାଓ୍ୱାର। ଏନସିପି ଆଜି ରାଜଭବନ ଯାଇ ଦଳୀୟ ବିଧାୟକଙ୍କ ତାଲିକା ଦେଇଛି। ନବନିଯୁକ୍ତ ବିଧାୟକ ଦଳର ନେତା ଜୟନ୍ତ ପାଟିଲ ରାଜଭବନକୁ ଯାଇ ଏହି ତାଲିକା ଦେଇଛନ୍ତି। ଏହି ତାଲିକାରେ ୫୧ ଜଣ ବିଧାୟକଙ୍କ ନାମ ରହିଛି। ଯେଉଁଥିରେ ଅଜିତ ପାଓ୍ୱାରଙ୍କ ନାମ ମଧ୍ୟ ରହିଛି।
ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ କହିଛନ୍ତି, ଅଜିତ ପାଓ୍ୱାରଙ୍କ ନାମ ରହିଛି। ହେଲେ ତାଙ୍କର ଦସ୍ତଖତ ନାହିଁ। ଅଜିତ ପାଓ୍ୱାରଙ୍କୁ ଭେଟି ଦଳ ସପକ୍ଷରେ ଆସିବାକୁ ବୁଝାଇବେ ବୋଲି ସେ କହିଛନ୍ତି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାଓ୍ୱାର ପରିବାର ତରଫରୁ ଅଜିତ ପାଓ୍ୱାରଙ୍କୁ ବୁଝାଇବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପାଇଁ ପରିବାର ପକ୍ଷରୁ ଚାପ ପକାଯାଇଛି। ହେଲେ ପାଓ୍ୱାର ଏବେ କୌଣସି ମତ ନରଖି ନିରବ ରହିଥିବା ସୂଚନା ରହିଛି।
ସେହିପରି ଏନସିପି ମୁଖପାତ୍ର ନଓ୍ୱାବ ମଲ୍ଲିକ କହିଛନ୍ତି, ଅଜିତ ପାଓ୍ୱାର ଭୁଲ୍ କରିଛନ୍ତି। ତାଙ୍କୁ ବୁଝାସୁଝା କରିବାକୁ ସମସ୍ତ ପ୍ରକ୍ରିୟା ଚାଲିଛି। ତେବେ ସେ କୌଣସି ଇଙ୍ଗିତ ଦେଇ ନାହାନ୍ତି ବୋଲି ସେ କହିଛନ୍ତି।
ଗତକାଲି ଏନସିପି ବିଧାୟକ ଦଳର ବୈଠକ ବସିଥିଲା। ଏହି ବୈଠକରେ ଅଜିତ ପାଓ୍ୱାରଙ୍କୁ ବିଧାୟକ ଦଳର ନେତା ପଦବୀରୁ ହଟାଇ ଦିଆଯାଇଥିଲା। ଏହାପରେ ଜୟନ୍ତ ପାଟିଲଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା।
from Odisha Reporter https://ift.tt/2s82QKZ
No comments:
Post a Comment