ମୁମ୍ବାଇ: ସବୁବେଳେ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରନ୍ତି ‘ବଲିଉଡ୍ର ଭାଇଜାନ୍’ ସଲ୍ମାନ୍ ଖାନ୍। କେତେବେଳେ ସୁପର୍ହିଟ୍ ଆକ୍ସନ୍ରେ ତ କେତେବେଳେ ଜବରଦସ୍ତ ଡ୍ୟାନ୍ସରେ। ଭାଇଜାନ୍ ଜବରଦସ୍ତ କମେଡି ବି କରନ୍ତି। ତେବେ ଭାଇଜାନ୍ ଏବେ ତାଙ୍କ ଫ୍ୟାନ୍ମାନଙ୍କୁ ଏକ ସର୍ପ୍ରାଇଜ୍ ଦେଇଛନ୍ତି।
ଅପ୍କମିଂ ଫିଲ୍ମ ‘ଦବଙ୍ଗ ଥ୍ରୀ’ରେ ସଲ୍ମାନ୍ ଏକ ଗୀତରେ କଣ୍ଠଦାନ କରିଛନ୍ତି। ଫିଲ୍ମରେ ଥିବା ‘ୟୁ କରକେ’ ନାମକ ଗୀତଟିକୁ ସେ ଗାଇଛନ୍ତି। ଭାଇଜାନ୍ ଏହି ଗୀତକୁ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି ଏବଂ କ୍ୟାପସନ୍ରେ ଲେଖିଛନ୍ତି- ଶୁଣନ୍ତୁ, ଚୁଲ୍ବୁଲ୍ ପାଣ୍ଡେଙ୍କ ସ୍ୱର। ଏବେ ଗୀତଟିର କେବଳ ଅଡିଓ ରିଲିଜ୍ ହୋଇଛି। ଗୀତର ଭିଡିଓ ଫିଲ୍ମ ରିଲିଜ୍ ହେଲେ ହିଁ ଦେଖି ପାରିବେ। ସଲ୍ମାନ୍ଙ୍କ ସହ ପାୟଲ ଦେବ ଏହି ଗୀତଟିକୁ ଗାଇଛନ୍ତି। ସାଜିଦ୍-ୱାଜିଦ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଦେଇଛନ୍ତି।
'Dabangg 3' ka naya gaana, 'Yu Karke', suno humaari yaani ki Chulbul Pandey ki aawaaz mein #YuKarkeSonghttps://t.co/ZXtBOwDpjd@arbaazSkhan @sonakshisinha @saieemmanjrekar @PDdancing @KicchaSudeep @nikhil_dwivedi @SajidMusicKhan @wajidkhan7 @ipayaldev @SKFilmsOfficial @TSeries
— Chulbul Pandey (@BeingSalmanKhan) November 9, 2019
‘ଦବଙ୍ଗ’ ସିରିଜ୍ର ଅନ୍ୟ ଦୁଇଟି ଫିଲ୍ମ ପରି ଏଥିର ମଧ୍ୟ ସୋନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ଫିଲ୍ମରେ ଅରବାଜ୍ ଖାନ୍, ସାଉଥ ଷ୍ଟାର ସୁଦୀପ ମଧ୍ୟ ଏଥିରେ ନଜର ଆସିବେ। ଏହି ଫିଲ୍ମ ଜରିଆରେ ଅଭିନେତା ମହେଶ ମଞ୍ଜରେକରଙ୍କ ଝିଅ ସାଇ ବଲିଉଡ୍ରେ ଡେବ୍ୟୁ କରିବେ। ଫିଲ୍ମଟିର ନିର୍ଦ୍ଦେଶନା ସାଉଥ୍ ସୁପର୍ଷ୍ଟାର୍ ପ୍ରଭୁଦେବା ଦେଇଛନ୍ତି।
from Odisha Reporter https://ift.tt/2KcCiOO
No comments:
Post a Comment