ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡରେ ବିଜେପିକୁ ଧକ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 12, 2019

ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡରେ ବିଜେପିକୁ ଧକ୍କା

ରାଞ୍ଚି: ମହାରାଷ୍ଟ୍ରରେ ରାଜନୀତିକ ହଲଚଲ ଜାରି ରହିଛି। ନିର୍ବାଚନ ପରେ ସହଯୋଗୀ ଶିବସେନା ବିଜେପିକୁ ସାଇଡ୍ ମାରିଛି। ନଭେମ୍ୱର ୩୦ରୁ ୫ଟି ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ରହିଛି। ଏବେ ଆସନ ବୁଝାମଣାକୁ ନେଇ ବିଜେପି ସହ ମନାନ୍ତର ହେବାରୁ ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଏବେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ସେହିପରି ଅନ୍ୟତମ ସହଯୋଗୀ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିଅନ (ଏଜେଏସୟୁ) ମଧ୍ୟ ବିଜେପି ସହ ଆସନ ବୁଝାମଣାକୁ ନେଇ ଅସନ୍ତୁଷ୍ଟ ରହିଛି। ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣାକୁ ନେଇ ବିବାଦ ଚାଲିଥିବା ବେଳେ ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ବିଳମ୍ୱ କରିଛି।

ମୋଟ୍ ୮୧ ବିଧାନସଭା ଆସନରୁ ଏଲଜେପି ୫୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନେଇଛି। ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଏଲଜେପିର ନବନିଯୁକ୍ତ ଅଧ୍ୟକ୍ଷ ଚିରାଗ ପାଶଓ୍ୱାନ ଟୁଇଟ୍ କରି କହିଛନ୍ତି। ୨୦୧୪ରେ କିନ୍ତୁ ଏଲଜେପି ବିଜେପି ସହ ମିଶି ଏଠାରେ ନିର୍ବାଚନ ଲଢ଼ିଥିଲା। ମାତ୍ର ଗୋଟିଏ ଆସନରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲା ଏହି ଦଳ। ଚଳିତଥର ଏଲଜେପି ବିଜେପି ନିକଟରେ ୯ଟି ଆସନ ପାଇଁ ଦାବି କରିଥିଲା। ହେଲେ ବିଜେପି ମନା କରିଦେବା ପରେ ମେଣ୍ଟରୁ ଓହରି ୫୦ଟି ଆସନରେ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି।

ସେହିପରି ଝାଡଖଣ୍ଡରେ ବିଜେପିର ଅନ୍ୟତମ ସହଯୋଗୀ ତଥା ଆଞ୍ଚଳିକ ଦଳ ଏଜେଏସୟୁ ୧୯ଟି ଆସନରେ ନିର୍ବାଚନ ଲଢ଼ିବ ବୋଲି ବିଜେପିକୁ କହିଥିଲା। ହେଲେ ବିଜେପି ମାତ୍ର ୯ଟି ଆସନ ଦେବାକୁ ରାଜି ହୋଇଛି। ଏହାପରେ ଏଜେଏସୟୁ ୧୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଯେଉଁଥରୁ ୪ଟି ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି। ଚକ୍ରଧରପୁର ବିଧାନସଭା ଆସନ ପାଇଁ ରାଜ୍ୟ ବିଜେପି ସଭାପତି ଲକ୍ଷ୍ମଣ ଗିଲୁଅଙ୍କ ନାମ ଘୋଷଣା କରିଥିବାବେଳେ ଏଜେଏସୟୁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ୨୦୧୪ରେ ଏହି ଦଳ ୮ଟି ଆସନରେ ନିର୍ବାଚନ ଲଢ଼ି ମାତ୍ର ୫ଟି ଆସନରେ ବିଜୟୀ ହୋଇଥିଲା।

ମୋଟ୍ ୮୧ ଆସନରୁ ବିଜେପି ରବିବାର ୫୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଏବେ ସହଯୋଗୀ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିଅନ ସହ ଆସନକୁ ନେଇ ବୁଝାମଣା କରୁଛି। ଯେମିତି, ଉଭୟ ଦଳଙ୍କ ପାଇଁ ଗ୍ରହଣୀୟ ହେବ। ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁରରୁ ପ୍ରାର୍ଥୀ ହୋଇଛନ୍ତି। ଗତଥର ବିଜେପି ୭୨ ଆସନରେ ପ୍ରାର୍ଥୀ ଦେଇ ୩୭ଟି ଆସନରେ ବିଜୟୀ ହୋଇଥିଲା।

ସେହିପରି ରାଜ୍ୟରେ ତିନି ଦଳ କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆରଜେଡି ମେଣ୍ଟ କରିଛନ୍ତି। କଂଗ୍ରେସ ୩୧ଟି ଆସନ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୪୩ ଓ ବାକି ଆସନରେ ଆରଜେଡି ଲଢ଼ିବ ବୋଲି ଜଣାପଡ଼ିଛି। ୨୦୧୪ରେ ଝାଡ଼ଖଣ୍ଡ ଜେଏମଏମ ୧୯ଟି, କଂଗ୍ରେସ ୬୨ଟି ଆସନରେ ପ୍ରାର୍ଥୀ ଦେଇ ୬ଟି ଆସନରେ ଜିତିଥିବା ବେଳେ ଆରଜେଡି ପ୍ରାର୍ଥୀ କୌଣସି ଆସନରେ ବିଜୟୀ ହୋଇପାରିନଥିଲେ।



from Odisha Reporter https://ift.tt/36VZxGG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages