ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ଅବୁ ଅଲ ଅତା ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 12, 2019

ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ଅବୁ ଅଲ ଅତା ନିହତ

ଜେରୁଜଲମ: ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଗାଜାରେ ଥିବା ଇସଲାମିକ ଜିହାଦର କମାଣ୍ଡର ନିହତ ହୋଇଛି। ଗତକାଲି ଆତଙ୍କବାଦୀ ଅବୁକୁ ମାରିବା ପାଇଁ ଇସ୍ରାଏଲ ଏହି ଏୟାର ଷ୍ଟ୍ରାଇକ୍ କରିଥିଲା। ଅବୁର ମୃତ୍ୟୁ ପରେ ଗାଜା ମଧ୍ୟ ଇସ୍ରାଏଲ ଉପରକୁ ପାଖାପାଖି ୨୦୦ଟି ମିସାଇଲ ମାଡ଼ କରିଛି। ଇସ୍ରାଏଲ ଡିଫେନ୍ସ ଫୋର୍ସେସ ଏ ନେଇ ଟୁଇଟ୍ କରି ସୂଚନା ଦେଇଛି। ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ଅବୁ ଅଲ ଅତା ପୂର୍ବରୁ ଯୋଜନା କରୁଥିଲା ବୋଲି ଇସ୍ରାଏଲ ପ୍ରତିରକ୍ଷା ବିଭାଗ କହିଛି।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, ଅନେକ ବୋମା ବିସ୍ଫୋରଣ ଘଟଣାରେ ଅବୁ ଅଲ ଅତା ମାଷ୍ଟରମାଇଣ୍ଡ ଥିଲ। ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ତା’ର ମୃତ୍ୟୁ ଘଟିଛି। ଏବେ ଅବୁ ମୃତ୍ୟୁର ଜବାବରେ ଆତଙ୍କବାଦୀ ଏଭଳି ମିସାଇଲ୍ ପକାଉଥିବା ଜଣାପଡ଼ିଛି। ଏହି ମିସାଇଲ ମାଡ଼ରେ ଇସ୍ରାଏଲର ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ରାତିରେ ଗାଜାର ଶେଜୋୟା ଜିଲ୍ଲାରେ ନିଜ କୋଠର ତୃତୀୟ ମହଲାରେ ଅତା ଦମ୍ପତ୍ତି ଏବଂ ୪ ଛୁଆ ଶୋଇଥିଲେ। ଏହି ସମୟରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଥିଲା। ଫଳରେ ଅତା ପରିବାରରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପଡ଼ୋଶୀର ମଧ୍ୟ ମୃତ୍ୟୁ ଘଟିଛି। ଇସଲାମିକ ଜିହାଦ ଅତା ହତ୍ୟାର ପ୍ରତିଶୋଧ ନେବ ବୋଲି ଚେତାବନୀ ଦେଇଛି।



from Odisha Reporter https://ift.tt/2qP5hRY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages