ୟୁନେସ୍କୋ ମଞ୍ଚରେ ପାକିସ୍ତାନ ବିରୋଧରେ ବର୍ଷିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 14, 2019

ୟୁନେସ୍କୋ ମଞ୍ଚରେ ପାକିସ୍ତାନ ବିରୋଧରେ ବର୍ଷିଲା ଭାରତ

ନୂଆଦିଲ୍ଲୀ: ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ) ମଞ୍ଚରେ ପାକିସ୍ତାନ ବିରୋଧରେ ବର୍ଷିଛି ଭାରତ। ୪୦ତମ ୟୁନେସ୍କୋ ସମ୍ମିଳନୀରେ ଭାରତ ଯୋଗ ଦେଇ ପାକିସ୍ତାନ ଦ୍ୱାରା କରାଯାଉଥିବା ମିଛ ଅପପ୍ରଚାରର ଅସଲ ମୁଖା ଖୋଲିଛି। ଅଯୋଧ୍ୟା ରାୟ ଓ ଧାରା ୩୭୦କୁ ନେଇ ପାକିସ୍ତାନ ନିକଟରେ ଭାରତ ବିରୋଧରେ ମିଛ ଅପପ୍ରଚାର କରିଥିଲା। ସେହିଭଳି ନିକଟରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ଆତଙ୍କବାଦୀ ଲାଡେନକୁ ହୀରୋ ବୋଲି କହିଥିଲେ। ଯାହାର କଡ଼ା ଜବାବ ୟୁନେସ୍କୋରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ଅନନ୍ୟା ଅଗ୍ରଓ୍ୱାଲ ଦେଇଛନ୍ତି।

‘ପାକିସ୍ତାନ ନିଜ ଦେଶରେ ହେଉଥିବା କାରନାମାକୁ ଲୁଚାଇବାକୁ ଚେଷ୍ଟା କରୁଛି। ଏଥିପାଇଁ, ଭାରତର ଆଭ୍ୟନ୍ତରୀରଣ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ନିଜ ଦେଶର ମୂଳ ପ୍ରସଙ୍ଗକୁ ଲୁଚେଇବାକୁ ଚେଷ୍ଟା କରୁଛି। ୧୯୪୭ରେ ପାକିସ୍ତାନରେ ଅଳ୍ପ ସଂଖ୍ୟକ (ହିନ୍ଦୁ, ଶୀଖ ଇସାଇ ଓ ଅହମଦିଆ ମୁସଲିମ୍) ୨୩ ପ୍ରତିଶତ ଥିବା ବେଳେ ଏବେ ମାତ୍ର ୩ ପ୍ରତିଶତ ରହିଛନ୍ତି। ପାକିସ୍ତାନରେ ଏହି ଅଳ୍ପ ସଂଖ୍ୟକଙ୍କ ବିରୋଧରେ ଆଇନ୍ ତିଆରି କରାଯାଇଛି। ଏହାଦ୍ୱାରା ଏହି ଅଳ୍ପ ସଂଖ୍ୟକ ଧର୍ମାନ୍ତୀକରଣର ଶିକାର ହେଉଛନ୍ତି’ ବୋଲି ଅନନ୍ୟା ଅଗ୍ରଓ୍ୱାଲ କହିଛନ୍ତି।

‘ପାକିସ୍ତାନରେ ଆଜି ବି ମହିଳାଙ୍କ ବିରୋଧରେ ଅତ୍ୟାଚାର ବଢ଼ି ଚାଲିଛି। ହିଂସା, ବାଲ୍ୟ ବିବାହ ଏବଂ ଅନର କିଲିଂ ଦେଶର ବଡ଼ ସମସ୍ୟା ରହିଥିବା ବେଳେ ଏହାକୁ ଲୁଚାଇବାକୁ ଯାଇ ଭାରତକୁ ମାନବିକତାର ପାଠ ପଢ଼ାଇବାକୁ ପାକିସ୍ତାନ ଚେଷ୍ଟା କରୁଛି। ନିଜ ଦେଶର ସମସ୍ୟା ସମାଧାନ କରିବା ଦିଗରେ ପାକିସ୍ତାନ ବିଫଳ ହୋଇଛି। ହେଲେ ଜାତିସଂଘ ମଞ୍ଚରେ ତାଙ୍କ ଦେଶର ନେତା ପରମାଣୁ ଆକ୍ରମଣ କରିବା ପାଇଁ ଭାରତକୁ ଧମକ ଦେଉଛନ୍ତି’ ବୋଲି ଅନନ୍ୟା ଅଗ୍ରଓ୍ୱାଲ କହିଛନ୍ତି।

‘ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ଆତଙ୍କବାଦୀ ଲାଡେନକୁ ହୀରୋ କହୁଛନ୍ତି। ଅର୍ଥାତ୍ ପାକିସ୍ତାନ ସମସ୍ତ ଖରାପ କାମର ଠିକଣା। ପାକିସ୍ତାନ ଏମିତି ଏକ ଦେଶ ଯେଉଁଠି ଆତଙ୍କବାଦୀ ମାନେ ନିଜ ମୂଳଦୁଆକୁ ମଜବୁତ କରିସାରିଛନ୍ତି। ୟୁନେସ୍କୋ ମଞ୍ଚ ଜରିଆରେ ଭାରତ ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି। ଏଥିସହ ଭାରତ ବିରୋଧରେ ଯେଉଁଭଳି ଭାବରେ ମିଥ୍ୟା ଅପପ୍ରଚାର କରାଯାଉଛି ତାକୁ ମଧ୍ୟ ଭାରତ ନିନ୍ଦା କରୁଛି’ ବୋଲି ଅନନ୍ୟା କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ସୁପ୍ରିମକୋର୍ଟ ଅଯୋଧ୍ୟା ପ୍ରସଙ୍ଗରେ ରାୟ ଶୁଣାଇଥିଲେ। ଯାହାକୁ ନେଇ ପାକିସ୍ତାନ ବିବାଦୀୟ ମନ୍ତବ୍ୟ ଦେଇଥିଲା। ଏହି ମାମଲା ଭାରତର ଆଭ୍ୟନ୍ତୀରଣ ପ୍ରସଙ୍ଗ ହୋଇଥିବା ବେଳେ ପାକିସ୍ତାନ ବିବାଦୀୟ ମନ୍ତବ୍ୟ ଦେଇଥିଲା। ଯାହାକୁ, ବିଭିନ୍ନ ସ୍ଥାନରେ ନିନ୍ଦା କରାଯାଇଛି।



from Odisha Reporter https://ift.tt/2QoCO0b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages