ବାଟବଣା ସ୍ୱଚ୍ଛ ଭାରତ ଅଭିଯାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 14, 2019

ବାଟବଣା ସ୍ୱଚ୍ଛ ଭାରତ ଅଭିଯାନ

ଭଦ୍ରକ (ପାର୍ଥ ସାରଥୀ ନାୟକ): କେନ୍ଦ୍ର ସରକାରଙ୍କ ‘ସ୍ୱଚ୍ଛ ଭାରତ’ ଅଭିଯାନରେ ପ୍ରତ୍ୟେକ ଗାଁକୁ ବାହ୍ୟ ମଳ ମୁକ୍ତ କରାଯିବ। ତେଣୁ ଗାଁ ଗାଁରେ ହିତାଧିକାରୀ ଚୟନ କରି ପାଇଖାନା ନିର୍ମାଣ କରାଯାଉଛି। ପାଇଖାନା ନିର୍ମାଣ ହେଉଛି, ହେଲେ ନିମ୍ନମାନର କାମ ଯୋଗୁ ଲୋକଙ୍କ କାମରେ ଲାଗୁନାହିଁ। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରୁ ମାତ୍ର ଏକ କି.ମି. ଦୂରରେ ଅବସ୍ଥିତ ଗେଲଟୁଆ ପଞ୍ଚାୟତର ମୁଣ୍ଡା ସାହି ଓ ଜେନା ସାହିରେ।

ଏହି ଦୁଇଟି ଗାଁରେ ସ୍ୱଚ୍ଛ ଭାରତ ଅଭିଯାନରେ ୫ ମାସ ପୂର୍ବରୁ ୧୦୦ରୁ ଅଧିକ ପାଇଖାନା ନିର୍ମାଣ କରାଯାଇଥିଲା। ଦୁଇ ଦିନ ଭିତରେ ପାଇଖାନା ଘର ତିଆରି, ପ୍ୟାନ୍ ବସିବା, କାନ୍ଥରେ ରଙ୍ଗ ମାରିବା, ଟାଙ୍କି ଓ କବାଟ ଲଗାଇବା କାମ ସବୁ ସରି ଯାଇଥିଲା। ଏତେ ଶୀଘ୍ର ପାଇଖାନା ନିର୍ମାଣ କାମ ସରି ଯାଇଥିବା ଦେଖି ହିତାଧିକାରୀମାନେ ଖୁସି ହୋଇଯାଇଥିଲେ। ସେମାନେ ଆଉ ବାହାରକୁ ମଳ ତ୍ୟାଗ କରିବାକୁ ନ ଯାଇ ପାଇଖାନାକୁ ଯାଇଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ଯେ କିଛି ଦିନ ପରେ ପାଇଖାନା ଟାଙ୍କି ପୂର୍ଣ୍ଣ ହୋଇ ମଳ ବାହାରେ ଭାସୁଲା। କାହାର ପାଇଖାନା ଟାଙ୍କି ଫାଟିଗଲାଣି ତ ଆଉ କାହାର ପାଇଖାନାରେ ଲଗାଯାଇଥିବା  କବାଟ ଭାଙ୍ଗି ଝୁଲୁଛି।

ଠିକାଦାର ତିନୋଟି ନନ୍ଦ ବଦଳରେ ଦୁଇଟି ନନ୍ଦ ବସାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ନିମ୍ନମାନର କାମ ହୋଇଥିବା ଯୋଗୁ ଏପରି ହୋଇଥିବା ସେମାନେ କହିଛନ୍ତି।

ଏନେଇ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେଣି, ହେଲେ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଠିକାଦାର ପାଇଖାନାର ଫଟୋ ଉଠାଇ ବିଲ୍‌ କରି ନେଇ ଯାଇଛି। ଆଉ ଲୋକେ ପୂର୍ବ ଭଳି ବାହାରକୁ ଶୌଚ ପାଇଁ ଯାଉଛନ୍ତି। ସ୍ୱଚ୍ଛଭାରତ ଅଭିଯାନ ଜରିଆରେ ନିର୍ମାଣ ହୋଇଥିବା ପାଇଖାନା ଘରେ ଜାଳ ଓ ଘରର ସମସ୍ତ ଘରକରଣା ଜିନିଷ ରଖୁଛନ୍ତି।

ଏନେଇ ହିତାଧିକାରୀ ଲକ୍ଷ୍ମୀ ବେହେରା କହିଛନ୍ତି,“ଠିକଦାର ଦୁଇ ଦିନରେ ପାଇଖାନା ନିର୍ମାଣ କରିଦେଲା। ଏବେ ସେହି ପାଇଖାନାକୁ ଆମେ ଶୌଚ ପାଇଁ ଯାଇପାରୁନାହୁଁ। ବାହାରକୁ ମଳ ତ୍ୟାଗ କରିବାକୁ ଯାଉଛୁ। ପାଇଖାନା ଘରେ ଏବେ ଜାଳକୁଟା ରହୁଛି।”

ଏନେଇ ଆମେ ଭଦ୍ରକ ବିଡ଼ିଓ ଉମେଶ ମଲ୍ଲିକଙ୍କୁ ଅବଗତ କରିବାରୁ ସେ କହିଛନ୍ତି,“ମୋ ନିକଟକୁ କୌଣସି ଅଭିଯୋଗ ଆସିନାହିଁ। ଏହି ଘଟଣା ବିଷୟରେ ମୁଁ ଅନୁସନ୍ଧାନ କରିବି। ଯେଉଁମାନେ ଏହି କାର୍ଯ୍ୟରେ ସଂଶ୍ଲିଷ୍ଟ ଥିବେ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।”

 



from Odisha Reporter https://ift.tt/32PT8d4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages