ମଧୁପୁର ଜଙ୍ଗଲରେ ଏନକାଉଣ୍ଟର, ୪ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 5, 2019

 ମଧୁପୁର ଜଙ୍ଗଲରେ ଏନକାଉଣ୍ଟର, ୪ ଆହତ

ଝାରସୁଗୁଡ଼ା( ଭାଗିରଥୀ ସାହୁ) : ମଙ୍ଗଳବାର ରାତିରେ ବ୍ରଜରାଜନଗରରେ ଗୁଳି ଫୁଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପତ୍ର,ନିକି ସିଂ, ରଫିକ ଅନସାରୀ ।

ଗୁଳିକାଣ୍ଡ ପରେ ଅଭିଯୁକ୍ତମାନେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ  ବ୍ରଜରାଜନଗରକୁ  ଚାରି ଆଡ଼ୁ ସିଲ୍‌  କରି ଦିଆଯାଇଥିଲା । ଏହାପରେ ରାଜପୁର ନିକଟସ୍ଥ  ମଧୁପୁର ଜଙ୍ଗଲ ନିକଟରେ ପୁଲିସ୍‌  ସହିତ ୪ ଅଭିଯୁକ୍ତ ମୁହାଁମୁହିଁ  ହୋଇଥିଲେ । ପୁଲିସ୍‌ ଉପରକୁ ସେମାନେ ଫାୟରିଂ କରିଥିଲା । ଏଥିରେ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଚୁଡାମଣି ମହାନନ୍ଦ ଆହତ ହୋଇଛନ୍ତି ।

ଅନ୍ୟପଟେ ପୁଲିସ୍‌ ପାଲଟା ଗୁଳି  ଚଳାଇବାରୁ ଅଭିଯୁକ୍ତମାନେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ  ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ କଡା ସୁରକ୍ଷା ବଳରେ ବର୍ତ୍ତମାନ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ବ୍ରଜରାଜନଗରସ୍ଥିତ ଲକ୍ଷ୍ମୀ କାଫ ହୋଟେଲରେ ବସିଥିବା ବେଳେ ସୁମିତ(ମଣ୍ଟୁ) ଘୋଷ ଉପରକୁ ୪ ରାଉଣ୍ଡ ଗୁଳି  ଫୁଟାଇ  ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଅତି ନିକଟରୁ ମଣ୍ଟୁଙ୍କ ମୁଣ୍ଡକୁ ତିନି ରାଉଣ୍ଡ ଗୁଳି ମାଡ଼  ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମଣ୍ଡଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ମଣ୍ଟୁ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଭାଇ। ଚାରିମାସ ତଳେ ବ୍ରଜରାଜନଗରରେ ହୋଇଥିବା ଅମିତ ଧଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ସୋନୁ ଏବ ଜେଲ୍‌ରେ ଅଛି। ଘଟଣାସ୍ଥଳରେ ଝାରସୁଗୁଡା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଓ ବରିଷ୍ଠ ପୁଲିସ୍‌ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।

ବ୍ରଜରାଜନଗରରେ ଗୁଳି ଚାଳନା ପରେ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟ ପୁଲିସ୍‌ର ଅପାରଗତା ପାଇଁ ବ୍ରଜରାଜନଗରରେ ବାରମ୍ବାର ଗୁଳି ଫୁଟୁଥିବା ଅଭିଯୋଗ କରିଛନ୍ତି ଲୋକେ। ଅନ୍ୟପଟେ ପୁଲିସ୍‌ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଥିବା ବେଳେ ଖୁବଶୀଘ୍ର ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମଧ୍ୟ ଧରା ପଡିବେ ବୋଲି ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି କହିଛନ୍ତି ।



from Odisha Reporter https://ift.tt/34ywcjF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages