ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ସୂଚନା ରହିଛି।
ଆଜି ସକାଳେ ଜମ୍ମୁ କଶ୍ମୀରର ବାନ୍ଦିପୋରାରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗତକାଲି ଆଉ ଜଣେ ନିହତ ହୋଇଥିଲା। ଶ୍ରୀନଗରଠୁ ୫୫ କିଲୋମିଟର ଦୂରରେ ଥିବା ଏହି ଲାବଦାର ଗାଁରେ ଏବେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମିୟ ଜାରି ରହିଥିବା ସୂଚନା ରହିଛି।
from Odisha Reporter https://ift.tt/2NXoZmJ
No comments:
Post a Comment