ଆଉ କାହାକୁ କିପରି ବାହା ହୋଇଯିବ ମୋ ସ୍ତ୍ରୀ, ଦେଖିବି ; ଯୁବକଙ୍କ ହୋହଲ୍ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 27, 2019

ଆଉ କାହାକୁ କିପରି ବାହା ହୋଇଯିବ ମୋ ସ୍ତ୍ରୀ, ଦେଖିବି ; ଯୁବକଙ୍କ ହୋହଲ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “୬ ବର୍ଷ ପୂର୍ବେ କୋର୍ଟ ମ୍ୟାରେଜ କଲୁ। ପରସ୍ପରର ସୁଖଦୁଃଖରେ ସାଥୀ ହେଲୁ। ଆମ ଘରେ ତା’ର ଅବାଧ ଚଳପ୍ରଚଳ ଥିଲା। ସବୁ ଫଙ୍କସନ୍‌ରେ ସାମିଲ ହେଲା। ସାହି ପଡ଼ିଶାଙ୍କୁ ସେ ମୋ ସ୍ତ୍ରୀ ବୋଲି ପରିଚୟ ଦିଆଗଲା। ହେଲେ ଏବେ କିପରି ଆଉ ଜଣଙ୍କୁ ବାହା ହୋଇପାରିବ । ”  ଏପରି ପ୍ରଶ୍ନ କରିଛନ୍ତି ନିଜ ସ୍ତ୍ରୀର ବିବାହକୁ ବିରୋଧ କରି ତାଙ୍କ ଘର ସମ୍ମୁଖରେ ଧାରଣା ଦେଇଥିବା ଜଣେ ଯୁବକ। ନିଜ ସ୍ତ୍ରୀଙ୍କ ବିବାହ ହେଉଥିବା ଖବର ଶୁଣି ସେ ନିଜ ମା’ ଭଉଣୀଙ୍କ ସହ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଛନ୍ତି। ଶ୍ୱଶୁର ଘରେ ପାଦ ଦେବେନି, ହେଲେ ନିଜ ସ୍ତ୍ରୀକୁ  ନେଲେ ହିଁ  ସେଠାରୁ ଯିବେ ବୋଲି ଜିଦ୍‌ରେ ଅଡ଼ି ବସିଛନ୍ତି। ଏପରି ହାଇ ଭୋଲଟେଜ ଡ୍ରାମା ଆଜି ସକାଳେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି।

ଏହି ଘଟଣାକୁ ନେଇ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକେ ପୁଲିସ୍‌କୁ ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଯୁବକ ଜଣକୁ ଥାନାକୁ ନେଇ ବୁଝାସୁଝା କରିଥିଲା। କିନ୍ତୁ ପରେ ପୁଣି ସେ ଫେରି ଆସି ଯୁବତୀଙ୍କ ଘର ଆଗରେ ଧାରଣା ଦେଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ଏହି ପ୍ରେମୀ ଯୁଗଳ ୨୦୧୩ ମସିହାରେ କୋର୍ଟରେ ବିବାହ କରିଥିଲେ। ଏ ସମ୍ପର୍କୀତ କାଗଜପତ୍ର ସହ ତାଙ୍କ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଯିବାକୁ କୋର୍ଟ ଅର୍ଡର ଦେଇଥିବା କାଗଜପତ୍ର ବି ଯୁବକ ଜଣକ ଦେଖାଇଛନ୍ତି। ଗତକାଲି ମେହେନ୍ଦୀ ଉତ୍ସବ ହେଉଥିବା ଜାଣି ଘଣ୍ଟା ଘଣ୍ଟା ଧରି  ଯୁବତୀଙ୍କ ଘର ସାମ୍ନାରେ ଧାରଣା ଦେବା ସହ ସାଙ୍ଗରେ ନେଇଯିବାକୁ ଜିଦ୍ କରିଥିଲେ। ହେଲେ ଯୁବତୀ କିମ୍ବା ତାଙ୍କ ପରିବାର ଲୋକେ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି।

ଯୁବକଙ୍କ କହିବାନୁଯାୟୀ,  କୋର୍ଟ ମ୍ୟାରେଜ ପରଠୁ ପରିବାର ଲୋକେ ତାଙ୍କୁ ବୋହୂ ହିସାବରେ ଗ୍ରହଣ କରି ନେଇଥିଲେ। ଆଉ ଯୁବକଙ୍କ ଭଉଣୀ ବାହାଘରଠୁ ଆରମ୍ଭ କରି ବିଭିନ୍ନ ପାର୍ଟିରେ ସେ ଘରର ବୋହୂ ହିସାବରେ ସାମିଲ ହେଉଥିଲେ।  ହେଲେ ଏବେ ଅନ୍ୟତ୍ର ବିବାହ କରୁଥିବା ଖବରକୁ ସେମାନେ ସହଜେ ଗ୍ରହଣ କରିପାରୁ ନାହାନ୍ତି।  ଏନେଇ ଯୁବତୀ କିମ୍ବା ତାଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter https://ift.tt/2OSiaTH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages