ଝୁଲନ୍ତା କାର୍‌ରେ ଫସିଗଲେ ବରୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 27, 2019

ଝୁଲନ୍ତା କାର୍‌ରେ ଫସିଗଲେ ବରୁଣ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ବରୁଣ ଧାବନ୍‌ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଫିଲ୍ମ ‘କୁଲି ନମ୍ୱର ୧’ର ସେଟ୍‌ରେ ଗୋଟିଏ ଷ୍ଟଣ୍ଟ୍‌ ସିନ୍‌ର ଶୁଟିଂ କରୁଥିବା ବେଳେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା।

ପୁନେର ଏକ ଅଞ୍ଚଳରେ ବରୁଣଙ୍କର ଏହି ସିନ୍‌ର ଶୁଟିଂ କରାଯାଉଥିଲା। ସିନ୍‌ରେ ପାହାଡ଼ରେ ଝୁଲି ରହିଥିବା କାର୍‌ ଭିତରେ ତାଙ୍କୁ କିଛି କ୍ଲୋଜ୍‌ ଅପ୍‌ ଶଟ୍‌ ଦେବାର ଥିଲା। କିନ୍ତୁ ଅଚାନକ କାର୍‌ର ଡୋର୍‌ ବନ୍ଦ ହୋଇ ଯାଇଥିଲା ଏବଂ ବରୁଣ କାର୍‌ ଭିତରେ ଫସି ଯାଇଥିଲେ।

ଏହି ଷ୍ଟଣ୍ଟ୍‌ ଶୁଟିଂ ସମୟରେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିନ୍ତୁ ଅଚାନକ ଏମିତି ଘଟିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ କାର୍‌ର ଡୋର୍ ବନ୍ଦ ହୋଇଯିବା ପରେ ବରୁଣ ଆଦୌ ବ୍ୟସ୍ତ ହୋଇ ନଥିଲେ। ଷ୍ଟଣ୍ଟମ୍ୟାନ୍‌ ତାଙ୍କୁ ଝୁଲନ୍ତା କାର୍‌ ଭିତରରୁ ବାହାରକୁ କାଢ଼ିବା ପାଇଁ ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ ସେ ଭୟଭୀତ ନହୋଇ ତା’ ଭିତରେ ଅପେକ୍ଷା କରି ରହିଥିଲେ। ଶେଷରେ ବହୁତ ଚେଷ୍ଟା ପରେ ଝୁଲନ୍ତା କାର୍‌ରୁ ବରୁଣଙ୍କୁ ବାହାରକୁ ଅଣାଯାଇଥିଲା।

ମିଡିଆ ରିପୋର୍ଟ ଅନୁସାରେ ଏହି ଷ୍ଟଣ୍ଟ ସିନ୍‌ର ଶଟ୍‌ ଦେଇ ସାରିବା ପରେ ହିଁ ବରୁଣଙ୍କ କାର୍‌ର ଡୋର୍‌ ଜାମ୍‌ ହୋଇଯାଇଥିଲା ଏବଂ ଖୋଲି ନଥିଲା। ‘କୁଲି ନମ୍ୱର ୧’ ଫିଲ୍ମରେ ବରୁଣଙ୍କ ବିପକ୍ଷରେ ସାରା ଅଲି ଖାନ୍‌ ଅଛନ୍ତି। ବରୁଣଙ୍କ ପିତା ଡେଭିଡ୍‌ ଧାବନ୍‌ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି।

 



from Odisha Reporter https://ift.tt/2OoXEeq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages