ରାମ ମନ୍ଦିର ନକ୍ସାକୁ ନେଇ ଅସନ୍ତୁଷ୍ଟ ନିର୍ମୋହି ଆଖଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 15, 2019

ରାମ ମନ୍ଦିର ନକ୍ସାକୁ ନେଇ ଅସନ୍ତୁଷ୍ଟ ନିର୍ମୋହି ଆଖଡ଼ା

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ସବୁଠାରୁ ପୁରୁଣା ଆବେଦନକାରୀ ନିର୍ମୋହି ଆଖଡ଼ା ରାମ ମନ୍ଦିର ନକ୍ସାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ବିଶ୍ୱ ହିନ୍ଦୁ ପରିଷଦ ସମର୍ଥିତ ରାମ ଜନ୍ମଭୂମି ନ୍ୟାସ ଦ୍ୱାରା ପ୍ରସ୍ତୁତ ହୋଇଥିବା ରାମ ମନ୍ଦିର ନକ୍ସାକୁ ନେଇ ସହମତି ପ୍ରକାଶ କରିନି ନିର୍ମୋହି ଆଖଡ଼ା। ନକ୍ସାରେ ଆଖଡା ପରମ୍ପରାର କଳାକୃତି ନଥିବାରୁ ନିର୍ମୋହି ଆଖଡ଼ା ବିରୋଧ କରିଥିବା ଜଣାପଡ଼ିଛି।

ନିର୍ମୋହି ଆଖଡାର ସରପଞ୍ଚ ମହନ୍ତ ରାଜାରାମଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି, ମନ୍ଦିର ନକ୍ସାକୁ ଅନ୍ତିମ ରୂପ ଦେବା ପୂର୍ବରୁ ତାଙ୍କର ପରାମର୍ଶ ନେବା ଆବଶ୍ୟକ। ଆଖଡ଼ା ପରମ୍ପରା ନକ୍ସାରେ ନାହିଁ, ତେଣୁ ଏହା କିଭଳି ସ୍ଥାନ ପାଇବ ତା’ଉପରେ ଗୁରୁତ୍ୱ ଦିଆଯିବା ଦରକାର। ମନ୍ଦିରର କଳାକୃତି ଆଧୁନିକୀକରଣ ନହୋଇ ୪୦୦ ବର୍ଷ ତଳର ପରମ୍ପରା ଅନୁସାରେ ହେବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାମଜନ୍ମଭୂମି ନ୍ୟାସର ସଦସ୍ୟମାନେ ୧୯୯୧ରୁ ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ କାରୁକାର୍ଯ୍ୟ କରୁଛନ୍ତି। ମନ୍ଦିର ନିର୍ମାଣ ପୂର୍ବରୁ କାଠରେ ମନ୍ଦିରର ଏକ ମଡେଲ ତିଆରି କରି ସାରିଛି ରାମ ଜନ୍ମଭୂମି ନ୍ୟାସ। ବିଭିନ୍ନ ପଥରରେ କାରୁକାର୍ଯ୍ୟ କରାଯାଇ କାମ ଚାଲିଛି। ନ୍ୟାସ ଜନ୍ମଭୂମିର ଡିଜାଇନ ମୁତାବିକ ମନ୍ଦିର ୨୬୮ ଫୁଟର ଲମ୍ୱା ଏବଂ ୧୪୦ ଫୁଟ ଚଉଡା ରହିବ।

ନିକଟରେ ରାମ ମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟ୍ରଷ୍ଟରେ ନିର୍ମୋହୀ ଆଖଡ଼ା ପରିଷଦର ସଦସ୍ୟ ରହିବେ ବୋଲି ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/33SOkF4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages