ଡେପୁଟି ଡ୍ରଗ୍ସ କଣ୍ଟ୍ରୋଲରର ପରିଚୟ ଦେଇ ଲୁଟି ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 15, 2019

ଡେପୁଟି ଡ୍ରଗ୍ସ କଣ୍ଟ୍ରୋଲରର ପରିଚୟ ଦେଇ ଲୁଟି ନେଲେ

ଉମରକୋଟ( ଓଡ଼ିଶା ରିପୋର୍ଟର): ନିଜକୁ ଡେପୁଟି ଡ୍ରଗ୍ସ କଣ୍ଟ୍ରୋଲର ବୋଲି ପରିଚୟ ଦେଇ ଏକ ହୋମିଓ କ୍ଲିନିକ ମାଲିକଠାରୁ ଲକ୍ଷେ ଟଙ୍କା ଲୁଟି ନେଲେ ଜଣେ ବ୍ୟକ୍ତି। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥିବା ନିରାମୟା ହୋମିଓ କ୍ଲିନିକରୁ।

ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଜଣେ ବ୍ୟକ୍ତି ହଠାତ୍ ଏକ ନିରାମୟା ହୋମିଓ କ୍ଲିନିକରେ ପହଞ୍ଚିଥିଲେ। ସେ ନିଜକୁ ଭୁବନେଶ୍ୱରର ଡ୍ରଗ୍ସ କଣ୍ଟ୍ରୋଲର ଭାବେ ପରିଚୟ ଦେଇଥିଲେ। ପରେ କ୍ଲିନିକରେ ବହୁ ଅନିୟମିତତା ହେଉଥିବା ଦର୍ଶାଇ ୫ ଲକ୍ଷ ଟଙ୍କା ଫାଇନ୍ କରିଥିଲେ। ଏହାସହ କ୍ଲିନିକ ମାଲିକ ଡାକ୍ତର ପଞ୍ଚାନନ ମିଶ୍ରଙ୍କୁ ଧମକଚମକ ଦେଇଥିଲେ। ପରେ କ୍ଲିନିକ ମାଲିକଙ୍କଠାରୁ ଲକ୍ଷେ ଟଙ୍କା ନେଇ ସେଠାରୁ ପଳାଇ ଯାଇଥିଲେ। ଠକ ଡ୍ରଗ୍ସ ଅଫିସରଙ୍କ କଳା କାରନାମା କ୍ଲିନିକରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ କ୍ଲିନିକ ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2qUWk9Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages