ପୋଲ ତଳକୁ ଖସି ପଡ଼ିଲା ଭ୍ୟାନ୍: ୭ ମୃତ, ୧୫ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 29, 2019

ପୋଲ ତଳକୁ ଖସି ପଡ଼ିଲା ଭ୍ୟାନ୍: ୭ ମୃତ, ୧୫ ଆହତ

ମୁମ୍ୱାଇ: ବିଳମ୍ୱିତ ରାତିରେ ଉତ୍ତର ମହାରାଷ୍ଟ୍ରର ଘୁଲେ ଅଞ୍ଚଳରେ ବଡ଼ ଦୁର୍ଘଟଣା ଘଟିଛି। ପୋଲ ତଳକୁ ପିକ୍ ଅପ୍ ଭ୍ୟାନ ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।

ଅନ୍ଧାର ଥିବାରୁ ଭ୍ୟାନ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇ ଗାଡ଼ିଟିକୁ ପୋଲ ତଳକୁ ଖସି ପକାଇଛି ବୋଲି ପୁଲିସ ସନ୍ଦେହ କରିଛି। ତେବେ ଡ୍ରାଇଭର ନିଶାଶକ୍ତ ଥିବାରୁ ଏଭଳି ଅଘଟଣ ମଧ୍ୟ ଘଟିଥାଇପାରେ ବୋଲି ମଧ୍ୟ ଆକଳନ କରାଯାଉଛି। ପୁଲିସ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିବା ବେଳେ ମୃତକଙ୍କ ଶବ ବ୍ୟବଛେଦ କରିବା ପାଇଁ ପଠାଇ ଦେଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।



from Odisha Reporter https://ift.tt/2rJu0HR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages