ଟୋଲ୍‌ଗେଟ୍‌ ଉଚ୍ଛେଦ ଦାବି; ଆଜି ବ୍ରଜରାଜନଗର ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 14, 2019

ଟୋଲ୍‌ଗେଟ୍‌ ଉଚ୍ଛେଦ ଦାବି; ଆଜି ବ୍ରଜରାଜନଗର ବନ୍ଦ

ଝାରସୁଗୁଡା(ଭାଗିରଥୀ ସାହୁ): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନୂଆଁଡିହିସ୍ଥିତ ଏନଏଚ-୪୯ରେ ସ୍ଥାପିତ ହୋଇଥିବା ଟୋଲ୍‌ଗେଟ୍‌କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବୀରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବ୍ରଜରାଜନଗର ନାଗରିକ ମଞ୍ଚ । ସହରରେ ଥିବା ସମସ୍ତ ଦୋକାନ ବଜାର ବି ବନ୍ଦ ରହିଛି। ଗାଡି ଚଳାଚଳ କିନ୍ତୁ  ସ୍ୱାଭାବିକ ରହିଛି।

ଏନଏଚ-୪୯ରେ ସ୍ଥାପିତ ହୋଇଥିବା ଟୋଲ୍‌ଗେଟ୍‌କୁ ଅଞ୍ଚଳବାସୀ ଆରମ୍ଭରୁ ବିରୋଧ କରି ଆସୁଛନ୍ତି । ଟୋଲଗେଟ୍‌ ହୋଇଥିବା ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ନିକଟରେ ଥିବା ବ୍ରିଜ୍‌ ମଧ୍ୟ ଦୀର୍ଘ ଦିନ ହେଲା ମରାମତି ହୋଇନାହିଁ। ଏସବୁ ସମସ୍ୟାର ସମାଧାନ ନ କରି ଟୋଲ ଆଦାୟ ଘଟଣାକୁ ଅଞ୍ଚଳବାସୀ ପ୍ରତିବାଦ ଜଣାଉଛନ୍ତି। ଅପରପକ୍ଷେ ଟୋଲ୍‌ କର୍ମଚାରୀଙ୍କ ଗୁଣ୍ଡାଗର୍ଦ୍ଦି ଯୋଗୁ ସ୍ଥାନୀୟ ଲୋକେ ଏହାକୁ ବନ୍ଦ ରଖିଛନ୍ତି।

ଗତ ୨୪ ତାରିଖ ସନ୍ଧ୍ୟାରେ ଟୋଲ୍‌ କର୍ମଚାରୀଙ୍କର ଜଣେ  ସ୍ଥାନୀୟ ଲୋକଙ୍କ ସହ ବଚସା ହେବା ପରେ ଟୋଲ୍‌ କର୍ମଚାରୀମାନେ ଉକ୍ତ ଲୋକଙ୍କୁ ମାଡ ମାରିଥିଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଓ ୨୫ ତାରିଖ ଦିନ ତମାମ ବ୍ରଜରାଜନଗର ବାସିନ୍ଦା ଏକତ୍ରିତ ହୋଇ ଆନ୍ଦୋଳନ କରିବା ସହ ଉକ୍ତ ଟୋଲଗେଟ୍‌କୁ ବନ୍ଦ କରିଦେଇଥିଲେ । ସେହି ଦିନଠାରୁ ଟୋଲ ଆଦାୟ ବନ୍ଦ ରହିଛି ।

ଏହି ସମସ୍ୟାର ସମାଧାନ ନିମନ୍ତେ ସନ୍ଧ୍ୟାରେ ଝାରସୁଗୁଡା ଏଡିଏମ୍‌ଙ୍କ ଉପସ୍ଥିତିରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା।  ବ୍ରଜରାଜନଗର ନାଗରିକ ମଞ୍ଚ ପକ୍ଷରୁ ଏହି ବୈଠକକୁ ବର୍ଜନ କରାଯାଇ ଟୋଲଗେଟ ଉଚ୍ଛେଦ ପାଇଁ ଦାବୀ ହୋଇଛି।  ଏହି ବୈଠକରେ ଏଡିଏମ ପ୍ରଦୀପ ସାହୁ, ଉପଜିଲ୍ଲାପାଳ ଶିବ ଟୋପୋ, ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି, ଏନଏଚଏଆଇର ଅଧିକାରୀଙ୍କ ସମେତ ନାଗରିକ ମଞ୍ଚର କର୍ମକର୍ତ୍ତା ଓ ବ୍ରଜରାଜନଗର ବାସିନ୍ଦା ଉପସ୍ଥିତ ରହିଥିଲେ । ତେବେ ପ୍ରଶାସନିକ ଉଦ୍ୟମ ବିଫଳ ହୋଇଥିବା ବେଳେ ମଞ୍ଚ କର୍ମକର୍ତ୍ତା ନିଜ ଜିଦ୍‌ରେ ଅଟଳ ରହିଛନ୍ତି।



from Odisha Reporter https://ift.tt/2pojZiI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages