‘ଶିବସେନା, ଏନସିପି ଏବଂ କଂଗ୍ରେସ ୬ ମାସରୁ ଅଧିକ ସମୟ ସରକାର ଗଢ଼ି ପାରିବେନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 14, 2019

‘ଶିବସେନା, ଏନସିପି ଏବଂ କଂଗ୍ରେସ ୬ ମାସରୁ ଅଧିକ ସମୟ ସରକାର ଗଢ଼ି ପାରିବେନି’

ମୁମ୍ୱାଇ: ମହାରାଷ୍ଟ୍ରରେ ବିଜେପି ସରକାରର ବିକଳ୍ପ ନାହିଁ। ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ଭାବରେ ୬ ମାସରୁ ଅଧିକ ସମୟ ସରକାରରେ ରହିପାରିବେ ନାହିଁ। ବିଜେପି ବିଧାୟକଙ୍କ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏହା କହିଛନ୍ତି।

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଏହାରି ଭିତରେ ତିନି ଦଳ ମିଶି ସରକାର ଗଢ଼ିବେ ବୋଲି ଗୁରୁବାର ମିଳିତ ପ୍ରେସ କନଫରେନସ ଜରିଆରେ ତିନି ଦଳ କହିଛନ୍ତି। ପ୍ରେସ କନଫରେନସ ପୂର୍ବରୁ ମୁମ୍ୱାଇର ଏକ ହୋଟେଲରେ ତିନି ଦଳ ବୈଠକ କରିଥିଲେ। ଯେଉଁଥିରେ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମ୍‌ପି) ବାବଦରେ ଆଲୋଚନା ହୋଇଥିଲା। ସିଏମ୍‌ପି ଆଧାରରେ ହିଁ ସରକାର କାର୍ଯ୍ୟ କରିବ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଭିନ୍ନ ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି।

ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ଆସନ ବିଜୟୀ ହୋଇଛି। ହେଲେ ଏକାକୀ ସରକାର ଗଢ଼ିପାରିବ ନାହିଁ ବୋଲି ବିଜେପି ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ଭେଟି କହିଥିଲା। ଏହାପରେ ଶିବସେନା ଓ ଏନସିପିରୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।



from Odisha Reporter https://ift.tt/379Inp6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages