ହେମାଙ୍କ ଉପରେ ବର୍ଷିଲେ ସୋନା ଓ ନେହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 7, 2019

ହେମାଙ୍କ ଉପରେ ବର୍ଷିଲେ ସୋନା ଓ ନେହା

ମୁମ୍ବାଇ: ‘ଇଣ୍ଡିଆନ୍ ଆଇଡଲ୍‌’ରେ ଅନୁ ମଲିକ ପୁଣି ଥରେ ଜଜ୍ ଭାବେ ଯୋଗ ଦେବା ପରେ ସେ ଏକାଧିକ ମହିଳାଙ୍କ ସହିତ କରିଥିବା ଅସଦାଚରଣ ଅଭିଯୋଗ ପ୍ରସଙ୍ଗ ପୁଣି ତାଜା ହୋଇଯାଇଛି। ବିଶେଷ କରି ଗାୟିକା ସୋନା ମହାପାତ୍ର ଏ ପ୍ରସଙ୍ଗରେ ନିଜ କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ସେ ତାଙ୍କୁ ‘ଯୌନ ପିପାସୁ’ ବି କହିବାକୁ ପଛାଇ ନାହାନ୍ତି। ଏଭଳି ସ୍ଥିତିରେ ବଲିଉଡ୍‌ର ଅନ୍ୟତମ ଗାୟିକା ହେମା ସର୍‌ଦେଶାଇ ଚାରି ଦିନ ତଳେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏକ ଲେଖା ପୋଷ୍ଟ କରି ଅନୁ ମଲିକଙ୍କୁ ସମର୍ଥନ କରିଥିଲେ।

ଏହି ପୋଷ୍ଟରେ ହେମା ଲେଖିଥିଲେ ଯେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସଂଘର୍ଷ କରୁଥିବା ବେଳେ ମଧ୍ୟ ସେ ଏହା ସ୍ପଷ୍ଟ କରି ଦେଇଥିଲେ ଯେ ଗୀତ ପାଇଁ କେବେବି ନିଜ ମୂଲ୍ୟବୋଧକୁ ତ୍ୟାଗ କରିବେ ନାହିଁ। ଏଭଳି କଡ଼ା ଆଭିମୁଖ୍ୟ ସତ୍ତ୍ୱେ ତାଙ୍କୁ ବହୁତ ହିଟ୍ ଗୀତ ଗାଇବାର ସୁଯୋଗ ମିଳିଥିଲା। ଏମିତିକି ଅନୁ ମଲିକଙ୍କ ନିର୍ଦ୍ଦେଶନାରେ ବି ସେ ଅନେକ ହିଟ୍ ଗୀତ ଗାଇଛନ୍ତି। ଅନୁ ଜଣେ ବଡ଼ କଳାକାର ଓ ସେ ଦକ୍ଷତାକୁ ଠିକ୍ ଭାବେ ଚିହ୍ନି ପାରନ୍ତି। ସେ ଅନେକ ଗାୟକ ଓ ଗାୟିକାଙ୍କୁ ତିଆରି କରିଛନ୍ତି। ତେବେ କିଛି ଗାୟିକା ଏବେ ତାଙ୍କ ବିରୋଧରେ କହୁଛନ୍ତି। ସେମାନେ ଏତେ ଦିନ କାହିଁକି ଚୁପ୍ ରହିଥିଲେ? ତା’ହେଲେ ସେମାନେ କ’ଣ ଭାବୁଛନ୍ତି ଯେ ଅନ୍ୟ ଯେଉଁ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ ସେମାନେ କାମ କରିଛନ୍ତି ସେମାନେ ସମସ୍ତେ ଭଗବାନ? ଯଦି ସେମାନେ କେବଳ ଲୋକପ୍ରିୟତା ପାଇଁ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣୁଛନ୍ତି, ତା’ହେଲେ ଏହା ଆଦୌ ଗ୍ରହଣୀୟ ନୁହେଁ। ଏହା ସହିତ ହେମା ଲେଖିଥିଲେ ଯେ ଗୋଟିଏ ହାତରେ କେବେ ହେଲେ ତାଳି ବାଜେ ନାହିଁ।

ଏହି ପୋଷ୍ଟ୍ ପଢ଼ିବା ପରେ ହେମାଙ୍କ ଉପରେ ବର୍ଷିଛନ୍ତି ସୋନା ମହାପାତ୍ର। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ କେହି ସରଦେଶାଇଙ୍କୁ କୁହନ୍ତୁ ଯେ ଦୁଷ୍କର୍ମ କରିବା ପାଇଁ ବି ଦୁଇଟି ଶରୀରର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ତା’ର ଅର୍ଥ ନୁହେଁ ଯେ ଯିଏ ଦୁଷ୍କର୍ମର ଶିକାର ହେବ, ତାକୁ ଦୋଷ ଦିଆଯିବ। ଆହୁରି ମଧ୍ୟ ଏହାକୁ ହିଁ କୁହାଯାଏ ପୀଡ଼ିତାଙ୍କୁ ଲଜ୍ଜିତ କରିବା। ସେଥିପାଇଁ ନାବାଳିକା, ପୀଡ଼ତା ଓ ସେମାନଙ୍କ ପରିବାର ଲୋକେ ଅଭିଯୋଗ କରନ୍ତି ନାହିଁ। ଏହା ସହିତ ସେ ହେମାଙ୍କୁ ଜଣେ ବୋକୀ ବୋଲି କହିଛନ୍ତି।

ସେହିଭଳି ଅନୁଙ୍କ ବିରୋଧରେ ଅଜବ ବ୍ୟବହାରର ଅଭିଯୋଗ ଆଣିଥିବା ଅନ୍ୟତମ ଗାୟିକା ନେହା ଭାସିନ୍ ମଧ୍ୟ ଟ୍ୱିଟ୍ କରି ହେମାଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଲେଖିଛନ୍ତି, “ତାଳି ମାରିବା ପାଇଁ ଦୁଇଟି ହାତ ଦରକାର ହୋଇଥାଏ ? ମ୍ୟାଡମ୍‌, ଆପଣଙ୍କ ପାଇଁ ମୁଁ ମୋ ଦୁଇ ହାତରେ ଧୀରେ ଧୀରେ ତାଳି ମାରୁଛି। କିଏ ପବ୍ଲିସିଟି ପାଇବା ପାଇଁ ଅନୁଙ୍କ ବିଷୟରେ ଖୋଲିକି ଏ କଥା କହୁଛନ୍ତି। ଆପଣ ଭାଗ୍ୟବତୀ ଯେ ସେ ଆପଣଙ୍କ ସହିତ ଭଲ ବ୍ୟବହାର କରିଛନ୍ତି। ତା’ ବୋଲି ଆପଣ ତାଙ୍କୁ ସୁରକ୍ଷା ଦେବେ?”

ସେ ଆହୁରି ଲେଖିଛନ୍ତି, “ଯଦି ତାହା ୨୦୦୪ ହୋଇ ନଥା’ନ୍ତା ଓ ମୁଁ ୨୧ ବର୍ଷର ହୋଇ ନଥା’ନ୍ତି, ତା’ହେଲେ ମୁଁ ଦୌଡ଼ି ପଳାଇ ଆସି ନଥା’ନ୍ତି। ତାଙ୍କୁ ଗୋଟିଏ ଶକ୍ତ ଚଟକଣା ମାରିଥା’ନ୍ତି। ତାଙ୍କର ଏକ ଭିଡିଓ କରି ଥା’ନ୍ତି ଓ ଯାହା ଇଚ୍ଛା ହୋଇଥା’ନ୍ତା ତାଙ୍କ ମୁହଁରେ କହିଥା’ନ୍ତି। ମିଛ କଥା କହିବାର ଥିଲେ ଆଉ କାହାକୁ କୁହନ୍ତୁ। ମୋ ପାଇଁ ଏ ପ୍ରସଙ୍ଗ ଏଇଠି ସରିଲା।”

ନେହାଙ୍କ ଏହି ଟ୍ୱିଟ୍ ପଢ଼ି ସୋନା କହିଛନ୍ତି ଯେ ଏ ପ୍ରସଙ୍ଗରେ କେଉଁଠି ବି ହେମା ସରଦେଶାଇଙ୍କ ଭଳି ଲୋକ ଉଲ୍ଲେଖ୍ୟ ହେବାର ଯୋଗ୍ୟତା ରଖନ୍ତି ନାହିଁ। ସେମାନେ ପୀଡ଼ୀତାଙ୍କୁ ଲଜ୍ଜିତ କରିବା ଓ ଯୋଦ୍ଧାମାନଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ସେମିତି ହେବନି।

ସୂଚନାଯୋଗ୍ୟ, ‘ମି ଟୁ’ ଅଭିଯାନ ବେଳେ ଅନୁ ମଲିକଙ୍କ ବିରୋଧରେ ଗାୟିକା ସୋନା ମହାପାତ୍ର ଓ ଶ୍ୱେତା ପଣ୍ଡିତ ଅସଦାଚରଣ ଅଭଯୋଗ ଆଣିଥିଲେ। ଏହା ସହିତ ଆଉ କିଛି ମହିଳା ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ଏଥିଯୋଗୁ ଅନୁ ‘ଇଣ୍ଡିଆନ୍ ଆଇଡଲ୍‌’ର ଗତ ସିଜିନ୍‌ରୁ ବାହାରି ଯାଇଥିଲେ। କିନ୍ତୁ ଶୋ’ର ନୂଆ ସିଜିନ୍‌ରେ ସେ ପୁଣି ଜଜ୍ ହେବା ପରଠାରୁ ଏ ବିବାଦ ପୁଣି ତାଜା ହୋଇଯାଇଛି। ଅନ୍ୟପକ୍ଷରେ ନେହା ଭାସିନ୍ କିଛି ଦିନ ତଳେ ଅଭିଯୋଗ କରିଥିଲେ ଯେ ଗୀତ ଗାଇବାକୁ ସୁଯୋଗ ଦେବାକୁ କହିବାକୁ ଯାଇଥିବା ବେଳେ ଏକ ଷ୍ଟୁଡିଓରେ ଅନୁ ତାଙ୍କ ସହିତ ଅଜବ ବ୍ୟବହାର କରିଥିଲେ। ତାଙ୍କ ଆଚରଣରେ ଭୟ ପାଇ ସେ ସେଠାରୁ ଦୌଡ଼ି ପଳାଇ ଥିଲେ।



from Odisha Reporter https://ift.tt/32tDG69

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages