ଆଜିଠୁ ପଞ୍ଚକ; ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 7, 2019

ଆଜିଠୁ ପଞ୍ଚକ; ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ( ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ପଞ୍ଚକ । ପବିତ୍ର କାର୍ତ୍ତିକ ବ୍ରତର ଶେଷ ପର୍ଯ୍ୟାୟ ପଞ୍ଚକ ପାଇଁ ହବିଷ୍ୟାଳିଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି। ଏଥିପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଞ୍ଚକର ପ୍ରଥମ ଦିନରେ ଶ୍ରୀଜିଉ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ । ଶେଷ ଦିନରେ ହେବ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ।

ପଞ୍ଚକର ପ୍ରଥମ ଦିନରେ ପବିତ୍ର ପୁଷ୍କରିଣୀରେ ସ୍ନାନ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି  ହବିଷ୍ୟାଳି । ପାଞ୍ଚ ଦିନ ଯାକ ଯେପରି ନୀତିକାନ୍ତି ଶୃଙ୍ଖଳିତ ହେବ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ଏକମୁଖୀ ପ୍ରବେଶ ବ୍ୟବସ୍ଥା ସହିତ କରାଯାଇଛି ବ୍ୟାରିକେଡ୍ । ୧୦୦ ଅଫିସରଙ୍କ ସହିତ ୩୦ ପ୍ଲାଟୁନ ଫୋର୍ସ  ମୁତୟନ ହୋଇଛନ୍ତି ।

ସେହିପରି ପଞ୍ଚକ ପାଇଁ ଆଠଗଡ଼ ଧବଳେଶ୍ୱର ପୀଠରେ ବି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ଦେବୋତ୍ଥାନ ଏକାଦଶୀ ଅବସରରେ ଗଙ୍ଗାନଦୀରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ।



from Odisha Reporter https://ift.tt/36K0Wjw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages