ରାସ୍ତା ଉପରେ କରିଥିଲେ ପ୍ରେମ ନିବେଦନ, ସ୍କୁଲ୍‌ ଶିକ୍ଷୟିତ୍ରୀ ଥିଲେ କ୍ରସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 28, 2019

ରାସ୍ତା ଉପରେ କରିଥିଲେ ପ୍ରେମ ନିବେଦନ, ସ୍କୁଲ୍‌ ଶିକ୍ଷୟିତ୍ରୀ ଥିଲେ କ୍ରସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତା ସୋହମ୍ ସିଂହଙ୍କ ପ୍ରଥମ ଫିଲ୍ମ ଥିଲା ‘ଅଜାତ ଶତ୍ରୁ’। ଏହି ଫିଲ୍ମରେ ତାଙ୍କର ଜବରଦସ୍ତ ଅଭିନୟ ଏବଂ ଷ୍ଟାଇଲିଶ୍‌ ଗେଟ୍‌ଅପ୍‌ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଫିଲ୍ମଟିକୁ ଯିଏ ଦେଖୁଥିଲା ସେ କହୁଥିଲା ଫିଲ୍ମଟି ଭାରି ଏକ୍ସପେନ୍‌ସିଭ୍‌ ଲାଗୁଛି। ଏହାର ଗୋଟେ ବର୍ଷ ବ୍ୟବଧାନ ପରେ ଏବେ ଆଉ ଏକ ଫିଲ୍ମ ‘ଲଭ୍‌ ୟୁ ପ୍ରିୟା’ ନେଇ ଆସୁଛନ୍ତି ସୋହମ୍‌।

ସେ କିଟ୍‌ ବିଶ୍ୱବିଦ୍ୟାଳୟରେ ପଢୁଥିଲେ। ଇଂଜିନିୟରିଂ ଓ ଏମ୍‌ବିଏ ଦୁଇଟି ଯାକ ଡିଗ୍ରୀ ସେ କିଟ୍‌ରୁ ହିଁ ହାସଲ୍‌ କରିଛନ୍ତି। ପାଠପଢ଼ା ସରିବା ପରେ ସେ ଚାକିରି ପଛରେ ଧାଇଁ ନଥିଲେ। ଫିଲ୍ମ ଏବଂ ନିର୍ଦ୍ଦେଶନା ପ୍ରତି ତାଙ୍କର ରୁଚି ଥିଲା। ସେ ପ୍ରଥମେ କିଛି ପ୍ରୋଗାମର ନିର୍ଦ୍ଦେଶନା ଦେଇଥିଲେ ଏବଂ ତା’ପରେ ଫିଲ୍ମରେ ଅଭିନୟ କଥା ଚିନ୍ତା କରିଥିଲେ।

ସୋହମ୍‌ଙ୍କ ଅଭିନୟ କଥା ଉଠିଲେ ତାଙ୍କ ଲଭ୍‌ ଲାଇଫ୍ କଥା ମଧ୍ୟ ଉଠେ। ସୋହମ୍‌ କହନ୍ତି ଯେ ପିଲାଦିନୁ ତାଙ୍କୁ ହିରୋ ହେବାର ଭାରି ଇଚ୍ଛା ଥିଲା। ସ୍କୁଲ୍‌ରେ ସେ ଅନେକ ଝିଅଙ୍କୁ ପ୍ରପୋଜ୍ କରିଛନ୍ତି। ପିଲାଦିନେ ଯେତେବେଳେ କେହି ତାଙ୍କୁ କୌଣସି ଝିଅକୁ ପ୍ରପୋଜ୍ କରିବା ପାଇଁ ଚ୍ୟାଲଞ୍ଜ ଦେଉଥିଲେ ସେ ତୁରନ୍ତ ଏହାକୁ କରି ଦେଖାଉଥିଲେ।

ସ୍କୁଲ୍‌ରେ ପଢ଼ିବା ବେଳେ ସେ ଜଣେ ଝିଅକୁ ରାସ୍ତା ଉପରେ ପ୍ରପୋଜ୍‌ କରି ବାପାଙ୍କ ଠାରୁ ମାଡ଼ ଖାଇଥିଲେ। କେବେ ନିଜ ସହପାଠିନୀ ତ କେବେ ସ୍କୁଲ୍‌ର ଇଂଲିଶ୍‌ ଶିକ୍ଷୟିତ୍ରୀ ଥିଲେ ତାଙ୍କ କ୍ରସ୍। ୧୩ ବର୍ଷ ବୟସରେ ସେ ପ୍ରଥମେ ପ୍ରେମରେ ପଡ଼ିଥିଲେ। କିନ୍ତୁ ତାଙ୍କର ସେହି ପ୍ରେମ କାହାଣୀ ସଫଳ ହୋଇ ନଥିଲା। ତା’ପରେ ସେ କେତେ ଥର ଯେ ପ୍ରେମରେ ପଡ଼ିଛନ୍ତି, ତାର ହିସାବ ରଖିନାହାନ୍ତି। ଏବେ କିନ୍ତୁ ସେ ସିଙ୍ଗଲ୍‌ ଅଛନ୍ତି।

ସୋହମ୍‌ଙ୍କ କହିବା ଅନୁଯାୟୀ, ତାଙ୍କୁ ଏମିତି ଝିଅ ପସନ୍ଦ ଯିଏ ଅନ୍ୟ ମାନଙ୍କ ସହ କମ୍‌ ମିଶୁଥିବ। ସମସ୍ତଙ୍କ ସହ ମିଶିଯାଉଥିବା ଝିଅ ମାନଙ୍କ ସହ ସେ କମ୍‌ କଥା ହୁଅନ୍ତି। ସୋହମ୍‌କୁ ତାଙ୍କର ଜୀବନ ସାଥୀ ସମସ୍ତଙ୍କଠାରୁ ଟିକେ ହଟ୍‌କେ ଦରକାର। ନିକଟରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସିରତ ହେଉଥିବା ଟକ୍‌ ଶୋ ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲିବ୍ରେଟି’ରେ ଯୋଗଦେଇ ସୋହମ୍‌ ଏକଥା କହିଥିଲେ।

ସୂଚନା ଅନୁଯାୟୀ, ସୋହମ୍‌ଙ୍କ ଆଗାମୀ ଫିଲ୍ମ ‘ଲଭ୍‌ ୟୁ ପ୍ରିୟା’ ଆସନ୍ତାମାସରେ ରିଲିଜ୍‌ ହେବ। ଏଥିରେ ସୋହମ୍‌ଙ୍କ ସହ ମହିମା ଦାସ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଥିସହ ଏହି ଫିଲ୍ମରେ ବିଜୟ ମହାନ୍ତି, ଅପରାଜିତା, ହରି ଓ ପୁଷ୍ପା ପଣ୍ଡା ପ୍ରମୁଖ କଳାକାର ଅଛନ୍ତି।



from Odisha Reporter https://ift.tt/2L1L0Ac

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages