ପାରାଦୀପ(ରମାକାନ୍ତ ନାୟକ): ପାରାଦୀପସ୍ଥିତ ଭୂତମୁଣ୍ଡାଇଠାରେ ଏକ ସୁପର୍ ହସ୍ପିଟାଲ ଓ ମେଡିକାଲ କଲେଜ ସ୍ଥାପନ ଦାବିରେ ଆଜି ‘ଆଞ୍ଚଳିକ ସୁରକ୍ଷା ସମିତି’ ପକ୍ଷରୁ ମାନବ ଶୃଙ୍ଖଳ ଆୟୋଜିତ ହୋଇଛି। କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ପ୍ରାୟ ୨୦ଟି ପଞ୍ଚାୟତର ୧୦ ହଜାର ଲୋକ ଏଥିରେ ସାମିଲ ହୋଇଛନ୍ତି।
ଭୂତମୁଣ୍ଡାଇଠାରୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୧୮ କିମି ଯାଏ ମାନବ ଶୃଙ୍ଖଳ ହେଉଛି। ପାରାଦୀପରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବାରୁ ଲୋକେ ରୋଗରେ ପଡୁଛନ୍ତି। ଅନେକ ଲୋକଙ୍କର କ୍ୟାନସର, ଯକ୍ଷ୍ମା, ହୃଦଘାତରେ ମୃତ୍ୟୁ ଘଟୁଛି। ଚର୍ମ ରୋଗ ବ୍ୟାପିବାରେ ଲାଗିଛି। ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଗଲାଣି। ଏନେଇ ଜିଲ୍ଲା ପ୍ରଶାସନକୁ ବାରମ୍ୱାର ଦାବି ସତ୍ତ୍ୱେ କେହି କର୍ଣ୍ଣପାତ ନକରିବାରୁ ଏପରି ମାନବ ଶୃଙ୍ଖଳ ଜରିଆରେ ସରକାରଙ୍କୁ ସ୍ମାରକପତ୍ର ଦିଆଯାଉଛି ବୋଲି ଆନ୍ଦୋଳକାରୀମାନେ କହିଛନ୍ତି।
from Odisha Reporter https://ift.tt/2rzvfJS
No comments:
Post a Comment