ରିଲିଜ୍ ହେଲା ଅକ୍ଷୟଙ୍କ ପ୍ରଥମ ମ୍ୟୁଜିକ୍ ଭିଡିଓ, ଖୁବ୍ ଭାଇରାଲ୍ ହେଉଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ରିଲିଜ୍ ହେଲା ଅକ୍ଷୟଙ୍କ ପ୍ରଥମ ମ୍ୟୁଜିକ୍ ଭିଡିଓ, ଖୁବ୍ ଭାଇରାଲ୍ ହେଉଛି

ମୁମ୍ବାଇ: ବଲିଉଡ୍‌ର ‘ଖିଲାଡ଼ୀ କୁମାର’ ଅକ୍ଷୟ ଏବେ ମ୍ୟୁଜିକ୍‌ ଭିଡିଓରେ ଡେବ୍ୟୁ କରିଛନ୍ତି। ତାଙ୍କର ପ୍ରଥମ ମ୍ୟୁଜିକ୍‌ ଆଲବମ୍‌ ‘ଫିଲ୍‌ହାଲ୍’ ଗତକାଲି ରିଲିଜ୍‌ ହୋଇଛି। ଗୀତଟି ରିଲିଜ୍‌ ହେଉ ହେଉ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଯାଇଛି। ୨୪ ଘଣ୍ଟା ଭିତରେ ଏହି ଭିଡିଓଟିକୁ ୧ କୋଟି ୨୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଗୀତଟି ଏବେ ୟୁଟ୍ୟୁବ୍‌ରେ ଟପ୍‌ ଟ୍ରେଣ୍ଡ୍‌ରେ ରହିଛି।

ଅକ୍ଷୟଙ୍କ ଏହି ଡେବ୍ୟୁ ମ୍ୟୁଜିକ୍‌ ଭିଡିଓଟି ଏକ ପ୍ରେମ ଓ ବିଚ୍ଛେଦର କାହାଣୀକୁ ନେଇ ତିଆରି ହୋଇଛି। ତାଙ୍କ ସହ ଏହି ଗୀତରେ ଅଭିନେତ୍ରୀ କୃତି ସେନନ୍‌ଙ୍କ ଭଉଣୀ ନୂପୁର ଅଭିନୟ କରିଛନ୍ତି। ନୂପୁରଙ୍କର ମଧ୍ୟ ଏହା ପ୍ରଥମ ମ୍ୟୁଜିକ୍ ଭିଡିଓ। ଏହି ଭିଡିଓଟିକୁ ଅକ୍ଷୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଭିଡିଓ ଲିଙ୍କ୍ ଶେଆର କରି ସେ ଲେଖିଛନ୍ତି, ‘ଇଣ୍ଡଷ୍ଟ୍ରିରେ ଏତେବର୍ଷ ରହିବା ପରେ ମୁଁ ମ୍ୟୁଜିକ୍‌ ଭିଡିଓରେ ଡେବ୍ୟୁ କରିବାକୁ ନିଷ୍ପତ୍ତି ନେଲି।’ ଅକ୍ଷୟଙ୍କ ଏହି ପୋଷ୍ଟରେ ଫ୍ୟନ୍‌ମାନେ ଅନେକ କମେଣ୍ଟ କରୁଛନ୍ତି ଓ ଶୁଭେଚ୍ଛା ଜଣାଉଛନ୍ତି। ଏହି ଗୀତଟିକୁ ବି ପ୍ରାକ୍ ଗାଇଥିବାବେଳେ ଅରବିନ୍ଦ କାହିରା ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଗକୁ ଅକ୍ଷୟଙ୍କର ଆହୁରି ଅନେକ ବଡ଼ ବଡ଼ ଫିଲ୍ମ ଆସୁଛି। ‘ପୃଥ୍ୱୀରାଜ, ‘ଲକ୍ଷ୍ମୀ ବମ୍ବ୍’, ‘ଗୁଡ୍‌ ନ୍ୟୁଜ୍’, ‘ସୂର୍ଯ୍ୟବଂଶୀ’, ‘ଧୂମ୍‌ ୪’ ଓ ‘ବଚ୍ଚନ ପାଣ୍ଡେ’ ଭଳି ଫିଲ୍ମ ତାଙ୍କ ହାତରେ ରହିଛି। ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ହାଉସଫୁଲ୍‌ ୪’ ବକ୍ସ ଫିସ୍‌ରେ ଧମାଲ କରୁଛି। ଏପର୍ଯ୍ୟନ୍ତ ଏହା ୧୮୧.୧୧ କୋଟି ଟଙ୍କା ଆୟ କରି ସାରିଲାଣି। ଖୁବ୍‌ଶୀଘ୍ର ଏହା ୨୦୦ କୋଟି କ୍ଲବ୍‌ରେ ସାମିଲ ହେବ ବୋଲି ଆଶା କରାଯାଉଛି।



from Odisha Reporter https://ift.tt/2CraUZg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages