ପ୍ରଥମ ଥର ପାଇଁ ଏକାଠି ଆସିବେ ଅମିତାଭ ଓ ଇମ୍ରାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ପ୍ରଥମ ଥର ପାଇଁ ଏକାଠି ଆସିବେ ଅମିତାଭ ଓ ଇମ୍ରାନ୍‌

ମୁମ୍ବାଇ: ନଭେମ୍ବର ୭ ତାରିଖରେ ବଲିଉଡ୍‌ରେ ୫୦ ବର୍ଷ ପୂରା କରିଛନ୍ତି ମହାନାୟକ ଅମିତାଭ ବଚ୍ଚନ। ହେଲେ ଦର୍ଶକଙ୍କ ମଧ୍ୟରେ ଏବେ ବି କମିନି ତାଙ୍କ କ୍ରେଜ୍‌। ଆଜିର ୟଙ୍ଗ ଜେନେରେସନ୍‌ ସହ ବି ସେ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରୁଛନ୍ତି। ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ସହିତ କାମ କରିସାରିଥିବା ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ ଇମ୍ରାନ୍ ହାଶିମ୍‌ଙ୍କ ସହିତ ଫିଲ୍ମ କରିବାକୁ ଯାଉଛନ୍ତି। ଫିଲ୍ମ ‘ଚେହେରେ’ରେ ଏ ଦୁହେଁ ଏକାଠି ଅଭିନୟ କରିବେ। ଏହି ଫିଲ୍ମର ଫାଷ୍ଟ୍ ଲୁକ୍‌ ମଧ୍ୟ ରିଲିଜ୍‌ ହୋଇଗଲାଣି।

ଇମ୍ରାନ୍ ହାଶ୍‌ମି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଫିଲ୍ମର ଫାଷ୍ଟ୍ ଲୁକ୍‌ ପୋଷ୍ଟର ସହ ରିଲିଜ୍‌ ଡେଟ୍‌ ଶେଆର କରିଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୨୪ରେ ରିଲିଜ୍ ହେବ। ପୋଷ୍ଟର୍‌ରେ ଦୁଇଜଣଙ୍କୁ ପୂରା ଇନ୍‌ଟେନ୍ସ ଲୁକ୍‌ରେ ଦେଖିବାକୁ ମିଳିଛି। ବିଶେଷ କରି ବିଗ୍‌ବ’ଙ୍କ ଷ୍ଟାଇଲ୍‌କୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି। ଏହା ଏକ ମିଷ୍ଟ୍ରି ଥ୍ରୀଲର୍‌, ଯାହାର ନିର୍ଦ୍ଦେଶନା ରୁମି ଜାଫେରୀ ଦେଉଛନ୍ତି। ଏହି ଫିଲ୍ମକୁ ନେଇ ବିଶେଷ କିଛି ସୂଚନା ମିଳି ନାହିଁ। କିନ୍ତୁ କୁହାଯାଉଛି, ଏଥିରେ କୃତି ଖରବନ୍ଦା ଓ ରେହା ଚକ୍ରବର୍ତ୍ତି ଲିଡ୍‌ ରୋଲ୍‌ରେ ଅଭିନୟ କରିବେ।

ଏହି ଫିଲ୍ମ ବ୍ୟତୀତ ଅମିତାଭଙ୍କ ହାତରେ ‘ବ୍ରହ୍ମାସ୍ତ୍ର’, ‘ଗୁଲାବୋ ସୀତାବୋ’, ‘ଝୁଣ୍ଡ’ ଓ ‘ହେରାଫେରି ୩’ ପରି ଫିଲ୍ମ ରହିଛି। ବର୍ତ୍ତମାନ ସେ ରିଆଲିଟି ଶୋ’ ‘କୌନ୍ ବନେଗା କରୋଡପତି’ ବି କରୁଛନ୍ତି। ସେହିପରି ଡିସେମ୍ବର ୧୩ରେ ଇମ୍ରାନ୍‌ଙ୍କ ଫିଲ୍ମ ‘ଦ ବଡି’ ରିଲିଜ୍‌ ହେବ।



from Odisha Reporter https://ift.tt/2WYufKZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages