ବରଫ ଅତଡା ଖସିବାରୁ ୪ ଯବାନ ଶହୀଦ, ୨ ସାଧାରଣ ଲୋକଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 18, 2019

ବରଫ ଅତଡା ଖସିବାରୁ ୪ ଯବାନ ଶହୀଦ, ୨ ସାଧାରଣ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସିଆଚେନ୍‌ ଗ୍ଲାସିଅରରେ ବରଫତଳେ ଫଶି ଯିବାରୁ ୪ ଯବାନ ଶହୀଦ ହୋଇଛନ୍ତି। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ଏହି ଘଟଣାରେ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍ନ ୩ଟା ବେଳେ ଯବାନ ମାନେ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ବରଫ ଅତଡ଼ା ଖସି ପଡ଼ିଥିଲା। ଫଳରେ ୮ ଜଣ ଯବାନ ଫଶି ଯାଇଥିଲେ।

ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣ ଯବାନ ଶହୀଦ ହୋଇଛନ୍ତି। ଏବେ ବି ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କର ଚିକିତ୍ସା ଚାଲିଛି। ଦେଶର ଯବାନ ପାଟ୍ରୋଲିଂ କରୁଥିବା ବେଳେ ବରଫତଳେ ଫଶି ହୋଇଯାଇଥିଲେ। ଭୂପୃଷ୍ଠରୁ ୧୮ ହଜାର ଫୁଟ୍‌ ଉପରେ ଏହି ଅଘଟଣ ଘଟିଛି।

ଚଳିତ ବର୍ଷ ଫେବୃଆରୀ ମାସରେ ୩୫ ଫୁଟର ବରଫ ଅତଡ଼ା ତଳେ ୧୦ ଜଣ ଆର୍ମି ଯବାନ ଫସି ଯାଇଥିଲେ। ଫଳରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା



from Odisha Reporter https://ift.tt/2r4UX8G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages