ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ନାବାଳିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 18, 2019

ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ନାବାଳିକା

ନବରଙ୍ଗପୁର(ନବଘନ ବିଶୋୟୀ ) : ପୋଖରୀକୁ ଶୌଚ ହେବାକୁ ଯାଇ ବୁଡିଗଲେ ଦୁଇ ନାବାଳିକା।  ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଡଙ୍ଗାଶୀଲ ଗାଁରେ ଘଟିଛି ଏହି ଅଘଟଣ। ଗତକାଲି ସଂଧ୍ୟା ସମୟରେ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ଲାଲୁ ଜାନିଙ୍କ ୧୪ ବର୍ଷୀୟା ଝିଅ ଟଭା ଜାନି ଓ ପଡୋଶୀ ବିରସିଂ ଜାନିଙ୍କ ୬ ବର୍ଷୀୟା ଝିଅ ଉମା ଜାନି।

ପୋଖରୀରେ ଗୋଡ଼ ଖସିବାରୁ ପ୍ରଥମେ ଉମା ଜାନି ବୁଡି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଟଭା ଜାନି ମଧ୍ୟ ବୁଡି ଯାଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ମୃତଦେହ ପାଇନଥିଲେ । ଶେଷରେ ଅଗ୍ନିଶମବାହିନୀ ଆସି ଖୋଜାଖୋଜି ପରେ ଦୁଇ ମୃତଦେହ ଉଦ୍ଧାର କରିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇ ପଠାଯାଇଛି।  ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ମାମଲାର ତଦନ୍ତ କରୁଛି ପୁଲିସ୍‌ ।



from Odisha Reporter https://ift.tt/341VPJJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages