ସୋନପୁର (ରବୀନ୍ଦ୍ର ହୋତା): ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍ କୁମୁରସିଂହା ଗାଁରେ ଏହି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଅଜଣା ଜନ୍ତୁ ଗାଁରେ ପଶି ଗୋଟିଏ ରାତିରେ ୨୫ଟି ମେଣ୍ଢା ମାରି ଦେଇଥିବା ଅଭିଯୋଗ ହୋଇଛି। ଅଜଣା ଜନ୍ତୁ ଆକ୍ରମଣରେ ୧୦ଟି ମେଣ୍ଢା ଗୁରୁତର ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଗାଁର କପିଳ ମହାକୁରଙ୍କ ଗୁହାଳରେ ୫୨ଟି ମେଣ୍ଢା ଥିଲେ। ତେବେ ଆଜି ସକାଳେ ଦେଖିବାବେଳକୁ ସେଥରୁ ୨୫ଟି ମରିକି ପଡ଼ିଥିବା ବେଳେ ୧୦ଟି ଗୁରୁତର ଭାବେ ଆହତ ହୋଇଥିଲେ। ମେଣ୍ଡା ମାନଙ୍କ ବେକ ଓ ଦେହରେ ଗଭୀର କ୍ଷତ ଚିହ୍ନ ରହିଥିଲା।
କୌଣସି ଅଜଣା ଜନ୍ତୁ ଏହି ମେଣ୍ଢାମାନଙ୍କୁ ଆକ୍ରମଣ କରିଥିବା କପିଳ ଅଭିଯୋଗ କରିଛନ୍ତି। କପିଳ ଜଣେ ଗରିବ ମେଣ୍ଢା ଚାଷୀ ହୋଇଥିବାରୁ ତାକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଦୁଇ ବର୍ଷ ତଳେ ନିଆଳିରେ ଏହି ଅଜଣା ଜନ୍ତୁ ଆତଙ୍କ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ତା’ସହିତ ସାଲେପୁର,ଜଗତସିଂହପୁର, କଟକ ଓ ନୟାଗଡ଼ ଜିଲ୍ଲାରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା।
from Odisha Reporter https://ift.tt/32zEYMR
No comments:
Post a Comment