ବିନା ଅନୁମତିରେ କାଢ଼ି ନେଲେ ଆଖି; ମାମଲା ରୁଜୁ କଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

ବିନା ଅନୁମତିରେ କାଢ଼ି ନେଲେ ଆଖି; ମାମଲା ରୁଜୁ କଲା ପୁଲିସ୍‌

କଟକ/ ଭଦ୍ରକ( ଓଡ଼ିଶା ରିପୋର୍ଟର) : ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ପରିବାର ଲୋକଙ୍କ ଅଜାଣତରେ ଭଦ୍ରକର ଜଣେ ‍ବ୍ୟକ୍ତିଙ୍କ ଆଖି ଚୋରି ହୋଇଥିବା ପରି ଘଟଣା ସାମନାକୁ ଆସିବା ପରେ ଖୋଳତାଡ଼ ଆରମ୍ଭ କରିଦେଇଛି ପୁଲିସ୍‌।  ପରିବାର ଲୋକଙ୍କ ବିନା ଅନୁମତିରେ କଟକ SCBରେ ଏପରି ହୋଇଥିବା ଅଭିଯୋଗ ହେବା ପରେ ମାମଲା ରୁଜୁ କରିଛି ଭଦ୍ରକ ଟାଉନ ଥାନା ପୁଲିସ୍‌। ଏହି ଘଟଣାରେ କଟକ ବଡ଼ ଡାକ୍ତରଖାନାର ଡାକ୍ତର ଓ LV ପ୍ରସାଦ ଚକ୍ଷୁ ଚିକିତ୍ସାଳୟର କର୍ମକର୍ତ୍ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେବେ ଅଭିଯୁକ୍ତମାନଙ୍କ ବାବଦରେ ଏଫଆଇଆର କପିରେ ନିର୍ଦ୍ଦିଷ୍ଟ ଭାବେ କିଛି ଲେଖାଯାଇନାହିଁ ।

ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଭଦ୍ରକ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୂର୍ବାଞ୍ଚଳ ରେଂଜ ଆଇଜି । ଏହାପରେ ଏହି ମାମଲାର ତଦନ୍ତ ଭାର ଟାଉନ ଥାନା IICଙ୍କୁ ଦିଆଯାଇଥିଲା ।  IPCର ଧାରା ୪୨୦, ୧୨୦B ଓ ମାନବ ଅଙ୍ଗ ପ୍ରତିରୋପଣ ଆଇନର ଧାରା ୧୮ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ ଯେ, ଗତ ୧୧ରେ ଭଦ୍ରକର ନଣ୍ଡା ଗାଗରାଇଙ୍କର ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତଦେହ ନେଇ ଗାଁରେ ସଂସ୍କାର କରିବାକୁ ଯିବା ବେଳେ ଆଖି ନଥିବା ଦେଖିଥିଲେ । ମେଡିକାଲରୁ ମିଳିଥିବା କାଗଜପତ୍ର ଯାଞ୍ଚ  ବେଳେ ନଣ୍ଡାଙ୍କ ଚକ୍ଷୁ ଦାନ କରାଯାଇଥିବା ନେଇ ଏକ ସାର୍ଟିଫିକେଟ୍ ପାଇଥିଲେ  । ସେମାନଙ୍କ ବିନା ଅନୁମତିରେ ଭୁବନେଶ୍ୱରର ଏଲଭି ପ୍ରସାଦ ମେଡିକାଲର ଦୃଷ୍ଟିଦାନ ଆଇ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏଭଳି କରିଥିବା ସମ୍ପର୍କରେ ମୃତ ନଣ୍ଡାଙ୍କ ପରିବାର ଲୋକ ଓ ସମ୍ପର୍କୀୟ  ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।

ଅପରପକ୍ଷେ ମୃତ ବ୍ୟକ୍ତିଙ୍କ ଚକ୍ଷୁ ସଂଗ୍ରହ ବେଳେ ପରିବାର ଲୋକଙ୍କ ଯେଭଳି ସମ୍ମତି ନେବା କଥା ତାହା ନିଆଯାଇଥିଲା ଏବଂ ଅନୁମତିପତ୍ରରେ ମୃତକଙ୍କ ସମ୍ପର୍କୀୟ ଦସ୍ତଖତ କରିବା ପରେ ଏ ପ୍ରକ୍ରିୟା କରାଯାଇଥିବା କଥା ଏଲ୍.ଭି ପ୍ରସାଦ ଚକ୍ଷୁ ବ୍ୟାଙ୍କ୍ ପକ୍ଷରୁ ଦର୍ଶାଇଯାଇଛି।



from Odisha Reporter https://ift.tt/2qVGmwr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages