ଇଟାଲିରେ ସମ୍ମାନିତ ହେଲେ ସୁଦର୍ଶନ ପଟ୍ଟନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 16, 2019

ଇଟାଲିରେ ସମ୍ମାନିତ ହେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ମିଳିଛି  ‘ଇଟାଲିୟନ ଗୋଲ୍‌ଡେନ ସ୍ୟାଣ୍ଡ ଆର୍ଟ ଆଓ୍ୱାର୍ଡ-୨୦୧୯’।  ଇଟାଲିର ରୋମ୍‌ରେ  ଆୟୋଜିତ  ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ ଉତ୍ସବରେ  ଏପରି ସମ୍ମାନରେ ସମ୍ମାନିତ ହୋଇଛନ୍ତି ସୁଦର୍ଶନ।  ଏହି ଉତ୍ସବରେ ଭାରତୀୟ ହାଇକମିଶନର ଉପମୁଖ୍ୟ ନିହାରିକା ସିଂହ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ଏହି ସମ୍ମାନ ମିଳିଛି।

ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଯାଏ ଚାଲିବ। ଏହି ଅବସରରେ ସେ ୧୦ଫୁଟ ଉଚ୍ଚତା ବିଶିଷ୍ଟ ମହାତ୍ମା ଗାନ୍ଧିଙ୍କ ବାଲୁକା କଳା ନିର୍ମାଣ କରିଥିଲେ। ଏହି ଉତ୍ସବରେ ୮ଟି ଦେଶର ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି। ସେମାନଙ୍କୁ ପଛରେ ପକାଇ ଏହି ସମ୍ମାନ ହାତେଇବାରେ ସୁଦର୍ସଶନ ସଫଳ ହୋଇଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।



from Odisha Reporter https://ift.tt/32ZHhcA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages