ମୃଣାଲ୍‌ଙ୍କୁ ମିଳିଲା ବଡ଼ ଅଫର୍‌: ଏହି ସୁପର୍‌ଷ୍ଟାର୍‌ଙ୍କ ସହ କରିବେ ‌ଆଗାମୀ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 18, 2019

ମୃଣାଲ୍‌ଙ୍କୁ ମିଳିଲା ବଡ଼ ଅଫର୍‌: ଏହି ସୁପର୍‌ଷ୍ଟାର୍‌ଙ୍କ ସହ କରିବେ ‌ଆଗାମୀ ଫିଲ୍ମ

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ପାଇଁ ଚଳିତ ବର୍ଷଟି ଖୁବ୍‌ ଲକି ସାବ୍ୟସ୍ତ ହୋଇଛି। ‘ସୁପର୍‌ ୩୦’ ଓ ‘ବାଟ୍‌ଲା ହାଉସ୍’ ପରି ଦୁଇଟି ଫିଲ୍ମରେ  ଜବରଦସ୍ତ ଅଭିନୟ କରିବା ପରେ ତାଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ମିଳିଛି। ସୁପର୍‌ଷ୍ଟାର୍‌ ହ୍ରିତିକ୍ ରୋଶନ ଓ ଜନ୍‌ ଅବ୍ରାହମ୍‌ଙ୍କ ସହିତ ଅଭିନୟ କରିବା ପରେ ମୃଣାଳ ଏବେ ଶାହିଦ୍‌ କପୁର୍‌ଙ୍କ ସହ ସ୍କ୍ରିନ୍‌ ଶେଆର୍‌ କରିବେ।

ମୃଣାଲ୍‌ ଶାହିଦ୍‌ଙ୍କ ସହ ଅପକମିଂ ଫିଲ୍ମ ‘ଜର୍ସି’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ଏଥିପାଇଁ ସେ ବହୁତ ଖୁସି ଅଛନ୍ତି। ବ୍ୟାକ୍‌ ଟୁ ବ୍ୟାକ୍‌‌ ସେ ବଲିଉଡ୍‌ର ବଡ଼ ବଡ଼ ଷ୍ଟାର୍‌ଙ୍କ ସହ ଫିଲ୍ମ କରିବାର ସୁଯୋଗ ପାଇଛନ୍ତି। ଏହା ତେଲୁଗୁ ଫିଲ୍ମ ‘ଜର୍ସି’ର ରିମେକ୍‌। ତେଣୁ ମୃଣାଲ ତେଲୁଗୁ ଫିଲ୍ମଟି ଦେଖିସାରିଛନ୍ତି ଓ ତାଙ୍କୁ ଫିଲ୍ମ ‘ଜର୍ସିର’ କାହାଣୀ ବେଶ୍ ପସନ୍ଦ ଆସିଛି। ସେ ଏହାକୁ କରିବାକୁ ପ୍ରସ୍ତୁତ ମଧ୍ୟ ହୋଇଯାଇଛନ୍ତି। ମୃଣାଲଙ୍କ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଡିମାଣ୍ଡ ବଢ଼ିବାକୁ ଲାଗିଲାଣି। କେବଳ ଏହି ଫିଲ୍ମ ନୁହେଁ ଫର୍‌ହାନ୍‌ ଅ‌ଖ୍‌ତର୍‌ଙ୍କ ଫିଲ୍ମ ‘ତୁଫାନ୍‌’ରେ ତାଙ୍କୁ ଲିଡ୍‌ ରୋଲ୍‌ରେ ଅଭିନୟ କରିବା ପାଇଁ ଅଫର୍‌ ମିଳିଛି।

ତେଲୁଗୁ ଫିଲ୍ମ ‘ଜର୍ସି’ରେ ଭାରତୀୟ କ୍ରିକେଟ୍ ଟିମ୍‌ରେ ସାମିଲ ହେବାକୁ ଚାହୁଁଥିବା ଅର୍ଜୁନ ନାମକ ଜଣେ ରଣଜୀ ଖେଳାଳିଙ୍କ ସଂଘର୍ଷର କାହାଣୀକୁ ଦର୍ଶାଯାଇଛି। ଫିଲ୍ମଟିକୁ ଲୋକେ ବେଶ୍ ପସନ୍ଦ କରି ଥିଲେ। ତେବେ ଏହାର ହିନ୍ଦୀ ରିମେକ୍‌ରେ ଶାହିଦ୍ କପୁର ସେହି କ୍ରିକେଟର ଚରିତ୍ରରେ ଅଭିନୟ କରିବେ। ଏଥିପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଗୌତମ ଟିନ୍ନାନୁରି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ସେ ଏହାର ତେଲୁଗୁ ଭର୍ସନର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ୨୦୨୦ ଅଗଷ୍ଟ ୨୮ ତାରିଖରେ ରିଲିଜ୍ ହେବ।



from Odisha Reporter https://ift.tt/2qqzLdo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages