ବିଗ୍‌ ବି’ଙ୍କୁ ଲିଗାଲ୍‌ ନୋଟିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 18, 2019

ବିଗ୍‌ ବି’ଙ୍କୁ ଲିଗାଲ୍‌ ନୋଟିସ୍

ମୁମ୍ବାଇ: ରିଲିଜ୍‌ ପୂର୍ବରୁ ବିବାଦରେ ଫସିଯାଇଛି ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ୍’। ଫିଲ୍ମ ଉପରେ କପିରାଇଟ୍‌ ଉଲ୍ଲଙ୍ଘନ କରିଥିବାର ସଙ୍ଗୀନ ଅଭିଯୋଗ ଲାଗିଛି। ଏପରିକି ଫିଲ୍ମ ନିର୍ମାତା ଓ ବଚ୍ଚନଙ୍କୁ କୋର୍ଟର ଲିଗାଲ୍‌ ନୋଟିସ୍‌ ମଧ୍ୟ ପଠାଯାଇଛି।

ହାଇଦ୍ରାବାଦର ଫିଲ୍ମ ନିର୍ଦ୍ଦେଶକ ନନ୍ଦି ଚିନ୍ନି କୁମାର୍ କପିରାଇଟ୍‌ ଉଲଙ୍ଗନ ମାମଲାରେ ‘ଝୁଣ୍ଡ୍’ ଫିଲ୍ମର ନିର୍ଦ୍ଦେଶକ ନାଗରାଜ ମଜୁଲେ ନିର୍ମାତା କୃଷ୍ଣ କୁମାର, ଟି-ସିରିଜ୍‌ର ମାଲିକ ଭୂଷଣ କୁମାର୍, ଅଭିନେତା ଅମିତାଭ ବଚ୍ଚନ ଓ ଏନ୍‌ଜଜିଓ ସ୍ଲମ ସକୋର୍‌ର ପ୍ରତିଷ୍ଠାତା ବିଜୟ ବରସେ(ଯାହାଙ୍କ ଜୀବନ କାହାଣୀ ନେଇ ତିଆରି ହୋଇଛି ଫିଲ୍ମ)ଙ୍କ ନାରେ ଲିଗାଲ୍‌ ନୋଟିସ୍‌ ପଠେଇଛନ୍ତି।

ନନ୍ଦିଙ୍କ କହିବା ମୁତାବକ ସେ ୨୦୧୭ରେ ବସ୍ତିର ଜଣେ ଫୁଟବଲ୍‌ ଖେଳାଳୀ ଅଖିଳେଶ ପଲ୍‌ଙ୍କ ଜୀବନ ଉପରେ ଫିଲ୍ମ ତିଆରି କରିବାର ଅଧିକାର କିଣିଥିଲେ। ଯିଏ କି ହୋମ୍‌ଲେସ୍ ୱାର୍ଲ୍ଡ କପ୍‌ର କ୍ୟାପ୍ଟେନ୍‌ ଥିଲେ। ଏହାପରେ ସେ ଅଖିଳେଶଙ୍କ ଜୀବନୀ ଉପରେ ଆଧାରିତ ବହୁଭାଷୀ ଫିଲ୍ମ ‘ସ୍ଲମ ସକୋର୍’ ଲେଖିବା ଓ ନିର୍ଦ୍ଦେଶନା ଦେବାର ଯୋଜନା କରିଥିଲେ। ୨୦୧୮ ଜୁନ୍ ୧୧ରେ ତେଲେଙ୍ଗାନା ସିନେମା ରାଇଟର୍‌ ଆସୋସିଏସନ୍‌ରେ ସେ ଏହାର ସ୍କ୍ରିପ୍ଟ ପଞ୍ଜିକରଣ ମଧ୍ୟ କରିଥିଲେ।

ଅନ୍ୟପଟେ ନାଗରାଜ ମଜୁଲେ କହୁଛନ୍ତି ଯେ ସେ ଏନ୍‌ଜଜିଓ ସ୍ଲମ ସକୋର୍‌ର ପ୍ରତିଷ୍ଠାତା ବିଜୟ ବରସେଙ୍କ ଉପରେ ଫିଲ୍ମ ତିଆରି କରିବାର ରାଇଟ୍ସ କିଣିଛନ୍ତି ଯିଏ କି ଅଖିଳେଶଙ୍କ ଗୁରୁ ଅଟନ୍ତି। ଯାହାଫଳରେ ଦୁହିଁଙ୍କ ଫିଲ୍ମର କାହାଣୀ ସମାନ ହୋଇଯାଇଛି।

ହେଲେ ନନ୍ଦି ଅଭିଯୋଗ କରିଛନ୍ତି ଯେ ନାଗରାଜ ମଜୁଲେ କୌଣସି ରାଇଟ୍ସ କିଣିନାହାଁନ୍ତି। କାରଣ ସେ ଅଖିଳେଶଙ୍କଠୁ ୪ ଲକ୍ଷ ଦେଇ ରାଇଟ୍ସ କିଣିଥିବା କହିଥିବାବେଳେ ଅଖିଲେଶ କିନ୍ତୁ ଏହାକୁ ମିଛ ବୋଲି କହିଛନ୍ତି। ଏବଂ ବିନା କାଗଜପତ୍ର ଦେଖାଇ ସେ ତାଙ୍କୁ ସେଟେଲମେଣ୍ଟ କରିବାକୁ ବାଧ୍ୟ କରୁଛନ୍ତି।



from Odisha Reporter https://ift.tt/34aDhr7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages