ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲ ପାଡୁଗାଁର ୫ ଜଣ ବାଳକ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ସେମାନେ ହେଲେ କାହ୍ନା ନାୟକ, ବିକ୍ରମ ଜେନା, ଶୁଭମ୍ ଜେନା, ଚିନ୍ମୟ ଜେନା , ଡମ୍ବୁରୁ ନାୟକ। ସମସ୍ତେ ଦଶମ ଶ୍ରେଣୀର ଛାତ୍ର। ହେଲେ ସମସ୍ତେ ଭିନ୍ନ ଭିନ୍ନ ସ୍କୁଲରେ ପଢୁଥିଲେ।
ଗତକାଲି ସକାଳ ୯ଟାରେ ସ୍କୁଲ୍ ଯିବାକୁ କହି ପିଲାମାନେ ନିଜ ନିଜ ଘରୁ ବାହାରି ଥିଲେ। ହେଲେ ଆଉ ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ପିଲାମାନଙ୍କୁ ନ ପାଇବାରୁ ସେମାନଙ୍କ ବାପା-ମାଆ ଗୁରାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି। ତେବେ ପିଲାମାନେ ଆନ୍ଧ୍ରପ୍ରଦେଶ ପଳାଇ ଯାଇଥିବା ସେମାନଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି।
ଏନେଇ ଗୁରାଣ୍ଡି ଥାନା ପୁଲିସ୍ ଏକ ନିଖୋଜ ମାମଲା ରୁଜୁ କରିଛି। ଏଥିସହ ପିଲାମାନଙ୍କୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି।।
from Odisha Reporter https://ift.tt/2N9OzWa
No comments:
Post a Comment