୩ ସିଝା ଅଣ୍ଡାର ଦାମ୍ ୧୬୭୨ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 14, 2019

୩ ସିଝା ଅଣ୍ଡାର ଦାମ୍ ୧୬୭୨ ଟଙ୍କା

ନୂଆଦିଲ୍ଲୀ: ବଜାରରେ ୩ ସିଝା ଅଣ୍ଡାର ଦାମ କେତେ ହୋଇଥିବ? ୨୦ରୁ ୩୦ ଟଙ୍କା ରହିଛି ରାଜଧାନୀ ଭୁବନେଶ୍ୱରରେ ୩ ସିଝା ଅଣ୍ଡାର ମୂଲ୍ୟ। ରାସ୍ତା କଡ଼ର ଦୋକାନ ହୋଇଥିଲେ ୨୦ ଟଙ୍କା ମଧ୍ୟରେ ୩ଟି ସିଝା ଅଣ୍ଡାର ଦାମ ରହିବ। ହେଲେ ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଶେଖର ଏବେ ୩ ସିଝା ଅଣ୍ଡା ଖାଇ ପଞ୍ଚ ତାରକା ହୋଟେଲର ଗୋଟିଏ ଲଞ୍ଚ ପ୍ଲେଟର ପଇସା ଦେଇଛନ୍ତି। ଗୁଜରାଟ ଅହମଦାବାଦର ହୟାତ ରିଜେନସି ନାମକ ଏକ ରେଷ୍ଟୁରାଣ୍ଟରେ ସିଝା ଅଣ୍ଡା ଖାଇବା ପରେ ଅଣ୍ଡା ବିଲକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟ ଟୁଇଟରରେ ଶେୟାର କରିଛନ୍ତି ଶେଖର।

ସେ ୩ ସିଝା ଅଣ୍ଡା ଖାଇ ୧୬୭୨ ଟଙ୍କା ଦେଇଥିବା ପୋଷ୍ଟ କରି ଶେୟାର କରିଛନ୍ତି। ବିଲ୍ ଅନୁସାରେ ୩ ସିଝା ଅଣ୍ଡାର ଦାମ୍ ୧୩୫୦ ଟଙ୍କା। ଏହାସହିତ ୩ ସିଝା ଅଣ୍ଡାର ସର୍ଭିସ ଚାର୍ଜ୍ ୫ ପ୍ରତିଶତ ୬୭ ଟଙ୍କା, ୯ ପ୍ରତିଶତ ସିବିଏସଟି ଚାର୍ଜ ୧୨୭.୫୮ ପଇସା ଓ ୯ ପ୍ରତିଶତ ସିଜିଏସଟି ଚାର୍ଜ ୧୨୭.୫୮ ପଇସା ଏବଂ ଅନ୍ୟାନ୍ୟ ବିଲ୍ ୩୨୨.୬୬ ପଇସା ମିଶାଇ ମୋଟ୍ ବିଲ୍ ୧୬୭୨ ଟଙ୍କା ହୋଇଛି। ଯାହାକୁ ନେଇ ସୋଶାଲ ମିଡିଆରେ ଏବେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ୪ ମାସ ତଳେ ବଲିଉଡ ଅଭିନେତା ରାହୁଲ ବୋଷ ମଧ୍ୟ ଚଣ୍ଡିଗଡରେ ଏକ ପଞ୍ଚ ତାରକା ହୋଟେଲରେ ଦୁଇଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ। ଏହାପରେ ରାହୁଲ ବୋଷ ସୋଶାଲ ମିଡିଆ ଟୁଇଟରରେ କଦଳୀ ବିଲକୁ ପୋଷ୍ଟ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ଏହାପରେ ସିଜିଏସଟିର ଧାରା ୧୧ ଉଲ୍ଲଂଘନ କରି ହୋଟେଲ ବେଆଇନ ଭାବରେ ଏହି ବିଲ୍ ତିଆରି କରିଥିବା ଜଣାପଡ଼ିଥିଲା। ଯେଉଁଥିପାଇଁ, ୨୫ ହଜାର ଟଙ୍କା ଜୋରିମାନା ଲଗାଇଥିଲା ଚଣ୍ଡିଗଡର ଅବକାରୀ ଓ କର ବିଭାଗ। କାରଣ କଦଳୀ ଜିଏସଟି ପରିସରଭୁକ୍ତ ନୁହେଁ। କିନ୍ତୁ ହୋଟେଲ କତ୍ତୃପକ୍ଷ କଦଳୀକୁ ଜିଏସଟି ପରିସରଭୁକ୍ତ କରିଥିଲେ।

ସେହିପରି ଓଡ଼ିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ଦୁଇଟି ପଇଡ଼ ପାଇଁ ୭୬୭ ଟଙ୍କା ଦେଇଥିଲେ। ଚେନ୍ନାଇର ଟ୍ରାଇଡେଣ୍ଟ ହୋଟେଲରେ ସେ ଦୁଇଟି ପଇଡ଼ ପାଇଁ ମୋଟ୍ ୭୬୭ ଟଙ୍କା ଦେଇଥିବା ସେ ଟୁଇଟ କରି ବିଲ୍ ସହ ପୋଷ୍ଟ କରିଥିଲେ।



from Odisha Reporter https://ift.tt/2NP6phR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages