ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ, ତନାଘନା ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 14, 2019

ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ, ତନାଘନା ଜାରି

ସମ୍ବଲପୁର (ସଞ୍ଜୟ ଜେନା ): ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ମୋଦିପଡାରେ ଏକ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବା଼ରୁ  ସ୍ଥାନୀୟ ଲୋକେ ନାନା ଆଶଙ୍କା ପ୍ରକାଶ କରିଛନ୍ତି । ଉକ୍ତ ଘରେ ଏକ ଶ୍ରମିକ ଦମ୍ପତି ସେମାନଙ୍କ ଛୁଆ ସହିତ ରହୁଥିଲେ। ହେଲେ ପ୍ରାୟ ୨ ଦିନରୁ ଊର୍ଦ୍ଧ୍ୱ ହେବ ଉକ୍ତ ଘରଟି ବନ୍ଦ ଥିବା ବେଳେ ସେଠାରୁ ଦୁର୍ଗନ୍ଧ ବାହାରୁଛି। ଅପରପକ୍ଷେ ଉକ୍ତ ଦମ୍ପତି ବାହାରକୁ କେଉଁଆଡ଼େ କାମ କରିବାକୁ ପଳାଇଛନ୍ତି, ନା ଉକ୍ତ ଘର ଭିତରେ ଅଛନ୍ତି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏନେଇ ପଡୋଶୀ ଖବର ଦେବା ପରେ ଗତକାଲି ରାତିରେ ଘଟଣାସ୍ଥଳରେ  ଟାଉନଥାନା ପୁଲିସ୍‌ ପହଞ୍ଚିଥିଲା ।  ହେଲେ ରାତି ହୋଇଥିବାରୁ ଘର ଖୋଲାଯାଇନଥିଲା । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯାଇ ଘର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଟାଉନଥାନା ଅଧିକାରୀ। ଉଭୟ ଦମ୍ପତ୍ତିଙ୍କ ଖୋଜଖବର ମିଳୁ ନ ଥିବାରୁ ନାନା ଆଶଙ୍କା ପ୍ରକାଶ ପାଇଛି



from Odisha Reporter https://ift.tt/2rMk8NJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages