ବିକାଶଠୁ ବହୁ ଦୂରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଗାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 21, 2019

ବିକାଶଠୁ ବହୁ ଦୂରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଗାଁ

ଜୟପୁର(ଟି.ଗୌରୀଶଙ୍କର): ଶହୀଦ ଲକ୍ଷ୍ଣଣ ନାୟକଙ୍କ ଜନ୍ମମାଟି ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମ୍ମା ପଞ୍ଚାୟତର ତେନ୍ତୁଳିଗୁମ୍ମା ଗାଁ। ଏବେ ବି ବିକାଶଠୁ ବହୁ ଦୂରରେ ଏହି ପଞ୍ଚାୟତବାସୀ। ସର୍ବନିମ୍ନ ମୌଳିକ ସୁବିଧା ପାଇପାରୁ ନାହାନ୍ତି ଲୋକେ। ଏଠି ଫଳକରେ ଅଟକିଛି ବିକାଶ। ପଞ୍ଚାୟତର ବିକାଶ ପାଇଁ  ସରକାର କେତେ ସ୍ୱପ୍ନ ଦେଖାଇଛନ୍ତି ହେଲେ ପୂରଣ କରି ନାହାନ୍ତି। ଯାହାକି ପଞ୍ଚାୟତ କାର୍ଯ୍ୟାଳୟର ଗୋଦାମ ଘରେ ଥିବା ଫଳକରୁ ସ୍ପଷ୍ଟ ବାରି ହୋଇ ପଡୁଛି ।

ତେବେ ୧୦ଟି ଗାଁକୁ ନେଇ ତେନ୍ତୁଳିଗୁମ୍ମା ପଞ୍ଚାୟତ ଗଠନ ହୋଇଛି। ହେଲେ ସ୍ୱାଧୀନତାର  ଦୀର୍ଘ ବର୍ଷ ପରେ ବି ତେନ୍ତୁଳିଗୁମ୍ମା ପଞ୍ଚାୟତବାସୀ ବ୍ଲକ୍‌ ସଦର ମହକୁମା ବୈପାରୀଗୁଡ଼ାକୁ ଯିବାକୁ ରାସ୍ତା ଖଣ୍ଡେ ନାହିଁ। ତେନ୍ତୁଳିଗୁମ୍ମାରୁ ବୈପାରୀଗୁଡ଼ା ଯିବାକୁ  ହେଲେ ଦଣ୍ଡାବାଡ଼ି ଦେଇ ୯ କିମି ଗଲେ ମଝିରେ କୋଲାବ ନଦୀ ସହ ପାହାଡ଼ ପଡୁଥିବାରୁ ଚାଲିକି ଯିବା ସମ୍ଭବ ନୁହେଁ। ଯଦ୍ୱାରା ଲୋକେ ପଡ଼ୋଶୀ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ଦେଇ ୭୦ କିମି ଦେଇ  ବ୍ଲକ୍‌ ସଦର ମହକୁମା ବୈପାରୀଗୁଡ଼ାକୁ ଜରୁରୀ କାର୍ଯ୍ୟ ପାଇଁ ଯାଉଛନ୍ତି।

ତେବେ ଏନେଇ ତେନ୍ତୁଳିଗୁମ୍ମା ବାସିନ୍ଦା କମଳ ଲୋଚନ ପୂଜାରୀ କହିଛନ୍ତି, “ଆମ ଗାଁ ଶହୀଦ ଲକ୍ଷ୍ମଣ ନାୟକଙ୍କ ମାଟିର ଗାଁ। ଦେଶ ଲାଗି ଆମ ଶହୀଦ ଲକ୍ଷ୍ମଣ ନାୟକ ଫାଶୀ ହୋଇଗଲା। କିନ୍ତୁ ଏଠିକାର ଲୋକେ ଯେମିତି ଥିଲେ ସେମିତି ଅଛନ୍ତି। ବଡ଼ ବଡ଼ ନେତାମାନେ ଆସୁଛନ୍ତି ଗାଁର ବିକାଶ କରିଦେବୁ ବୋଲି କହୁଛନ୍ତି। ହେଲେ ସମସ୍ତ ଭୁଲି ଯାଉଛନ୍ତି।”

ତେନ୍ତୁଳିଗୁମ୍ମା ପଞ୍ଚାୟତରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କଥା ମଧ୍ୟ ନ କହିବା ଭଲ।  ତେନ୍ତୁଳିଗୁମା ଗାଁରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଆଶ୍ରମ ସ୍କୁଲ ରହିଛି। ତେବେ ସପ୍ତମ ପରେ ଛାତ୍ରଛାତ୍ରୀ  ପଡ଼ୋଶୀ ମାଲକାନଗିରି ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି। ସେହିପରି ଏହି ପଞ୍ଚାୟତରେ ଡାକ୍ତରଖାନା ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ  ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଦିବସ ଓ ଶହୀଦ ଦିବସ ପାଳନ ଅବସରରେ ଗାଁ ଲୋକଙ୍କୁ ପୁଳାପୁଳା ପ୍ରତିଶ୍ରୁତି ଦେଇ ଭୁଲି ଯାଉଥିବା  ଶହୀଦ ଲକ୍ଷ୍ମଣ ନାୟକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଶହୀଦ ଲକ୍ଷ୍ମଣ ନାୟକଙ୍କ ପଣନାତୀ ବନଶିଂ ନାୟକ କହିଛନ୍ତି, “ସରକାର ବାବୁମାନେ ବର୍ଷକୁ ଦୁଇ ଥର ଗାଁକୁ ଆସୁଛନ୍ତି। ଆଉ ଗାଁରେ ଏଇଟା ହେବ ସେଇଟା ହେବ ବୋଲି କହି ଭୁଲି ଯାଉଛନ୍ତି।”

ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା କହିଛନ୍ତି, ”ଗାଁକୁ ଯିବା ପାଇଁ ଗମାନଗମନ ସୁବିଧା କରାଯାଇଛି। ହେଲେ ପୂର୍ଣ୍ଣ ମାତ୍ରାରେ ହୋଇ ପାରି ନାହିଁ। ବର୍ତ୍ତମାନ ସୁଧା ପ୍ରସେସ୍‌ରେ ଅଛି। ଏକ ହାଇ ଲେବୁଲ୍‌ ବ୍ରିଜ୍‌ ଦରକାର ହେଉଥିବାରୁ  ଟେଣ୍ଡର ପ୍ରସେସ୍‌ରେ ଡେରି ହେବାରୁ ଏପର୍ଯ୍ୟନ୍ତ ରାସ୍ତା ହୋଇପାରିନାହିଁ। ସରକାରଙ୍କ ପକ୍ଷରୁ ସବୁ ଚେଷ୍ଟା ଚାଲିଛି।”

ତେବେ ଶହୀଦଙ୍କ ନାଁରେ ସରକାରଙ୍କ କାହିଁ କେତେ ଯୋଜନା କରୁଛନ୍ତି। ଏପରିକି ଶହୀଦଙ୍କ ନାଁରେ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ମେଡିକାଲ କଲେଜ ବି ନିର୍ମାଣ ହୋଇଛି।  ହେଲେ ସରକାରଙ୍କ ନଜର ଅଢୁଆଳରେ ତେନ୍ତୁଳିଗୁମା ପଞ୍ଚାୟତ ରହିଯାଇଛି।



from Odisha Reporter https://ift.tt/2XAAAwk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages