‘ମଦ ବନ୍ଦ କରୁନ, ଗଞ୍ଜେଇ ଗଛ କାହିଁକି ପୋଡ଼ୁଛ ?’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 21, 2019

‘ମଦ ବନ୍ଦ କରୁନ, ଗଞ୍ଜେଇ ଗଛ କାହିଁକି ପୋଡ଼ୁଛ ?’

ଭଞ୍ଜନଗର( ରାଜେଶ କୁମାର ପଣ୍ଡା):  ଅବାଧରେ ଚାଲିଛି ମଦ ବିକ୍ରି, ତାକୁ ବନ୍ଦ କରିବାକୁ କେହି ନାଁ ଧରୁ ନାହାନ୍ତି। ହେଲେ ଗଞ୍ଜେଇ ଚାଷ କରି ଆମେ ପରିବାର ପୋଷୁଥିବା ବେଳେ ତାକୁ ପୋଡ଼ି ଦେଉଛନ୍ତି। ଆମେ ଏବେ କ’ଣ ଖାଇବୁ, କିପରି ବଞ୍ଚିବୁ। ଆଜି ପୁଲିସ୍‌ ସମ୍ମୁଖରେ ଏପରି ଯୁକ୍ତି ବାଢ଼ିଥିଲେ ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଖଜୁରିପଦାର ଉପାନ୍ତ ଅଞ୍ଚଳବାସୀ।

ଖଜୁରିପଦାର  ପ୍ରାୟ ୫୦ ଏକରରୁ ଅଧିକ ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ  ହୋଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୁଲିସ୍‌। ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ଆରକ୍ଷୀ ଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଆସ୍କା ଏସ୍‌ଡିପିଓ, ୪ ଥାନା ଅଧିକାରୀଙ୍କ ସମେତ ୩ ପ୍ଲାଟୁନ ଫୋର୍ସ ଏହି ଚଢ଼ଉରେ ସାମିଲ ହୋଇଥିଲେ। ସେମାନଙ୍କ ସହ ଧରାକୋଟା ତହସିଲଦାର, ଅବକାରୀ ଅଧିକାରୀ, ବିଦ୍ୟୁତ୍‌ ବିଭାଗ ଅଧିକାରୀ, ବନ ବିଭାଗ ଅଧିକାରୀ ମଧ୍ୟ ଏହି ଚଢ଼ଉରେ ସାମିଲ ହୋଇଥିଲେ।

ମାତ୍ର ପୁଲିସ୍‌କୁ ଦେଖି ଉତ୍ତ୍ୟକ୍ତ ଗ୍ରାମବାସୀ ତାତି ଯାଇଥିଲା। ଫୋର୍ସ ଗଞ୍ଜେଇ ଗଛ ଉପାଡିବାକୁ ଯିବା ବେଳେ ଗ୍ରାମବାସୀଙ୍କ ସହ ତାଙ୍କର ମୁହାଁମୁହିଁ ହୋଇଥିଲା। ସରକାର ମଦ ବିକ୍ରି ବନ୍ଦ କରୁ ନ ଥିବା ବେଳେ ଗଞ୍ଜେଇ ଗଛ ନଷ୍ଟ  କାହିଁକି କରୁଛନ୍ତି ବୋଲି ଉପସ୍ଥିତ ଅଧିକାରୀଙ୍କୁ  ଗ୍ରାମବାସୀ ପଚାରିଥିଲେ।

ଉତ୍ତ୍ୟକ୍ତ ଗ୍ରାମବାସୀ କହିଛନ୍ତି “କୌଣସି ରୋଜଗାର ପନ୍ଥା ନ ଥିବା ବେଳେ ଜଙ୍ଗଲ ଜମିରେ ଚାଷ କରି ବଞ୍ଚୁଛୁ। ମୌଳିକ ସୁବିଧାର ନାଁ ଗନ୍ଧ ନାହିଁ। ୬ ବର୍ଷ ହେଲା ଦାବି ଜଣାଇ ଆସୁଥିଲେ ବି ତାହା ପୂରଣ ହେଉନି। ଏପରି ସ୍ଥିତିରେ ଗଞ୍ଜେଇ ଗଛ ପୋଡ଼ି ଦେଲେ କିପରି ବଞ୍ଚିବୁ ।“   । ଏ  ଗ୍ରାମବାସୀଙ୍କ ସହ ପ୍ରଶାସନିକ ଅଧିକାରୀ ଦୀର୍ଘ ସମୟ  ଆଲୋଚନା କରିବା ପରେ ସେମାନେ ଗଛ ପୋଡ଼ିବାକୁ ରାଜି ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଗଞ୍ଜେଇ ନଷ୍ଟ ପ୍ରକ୍ରିୟା।



from Odisha Reporter https://ift.tt/2O8jjr6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages