ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁଷ୍କର୍ମ; ଆଇସିୟୁରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 22, 2019

ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁଷ୍କର୍ମ; ଆଇସିୟୁରେ ଭର୍ତ୍ତି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱପ୍ନ ସତ ହେବା ଆଗରୁ ଭାଙ୍ଗି ଚୁନା ହୋଇଗଲା। ପାଠ ପଢ଼ି ନିଜ ଗୋଡ଼ରେ ଛିଡ଼ା ହେବା ଆଶା ନେଇ  ଘର, ପରିବାର ଛାଡ଼ି ଛାତ୍ରୀଜଣକ ରହୁଥିଲେ ଆବାସିକ ବିଦ୍ୟାଳୟରେ।  ହେଲେ ଲକ୍ଷ୍ୟସ୍ଥଳରେ ପଞ୍ଚିବା ଆଗରୁ ସବୁ ଛାରଖାର ହୋଇଗଲା। ନରରାକ୍ଷାସମାନେ ସବୁ ସ୍ୱପ୍ନକୁ ଚୁରମାର କରିଦେଲେ। ନିଜ ସ୍କୁଲର କିଛି ଛାତ୍ରଙ୍କ ସମେତ ସ୍କୁଲ ଶିକ୍ଷକ ବି ସାମିଲ ହୋଇ ଇଜ୍ଜତ ଲୁଟିନେଲେ। ଗୁରୁତର ଅବସ୍ଥାରେ ଛାତ୍ରୀଜଣକ  କଟକ ବଡ଼ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏପରି ସ୍ପର୍ଶକାତର ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।  ଏହି ଘଟଣାରେ ସୋର ପୁଲିସ୍‌  ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁର ଅଞ୍ଚଳର ଦୁଇ ଭଉଣୀ ବାଲେଶ୍ୱର ଜିଲ୍ଲାର ସୋର ଥାନା ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟରେ ରହି ପଢ଼ୁଥିଲେ ।  ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବଡ଼ ଭଉଣୀ ହଠାତ୍‌ ଅସୁସ୍ଥ ହେବା ଖବର  ପାଇ ତାଙ୍କ ମା’ ପହଞ୍ଚିଥିଲେ । ସେଠାରେ ସବୁ କଥା ଶୁଣିବା ପରେ ଝିଅକୁ କଟକ ବଡ଼ ଡାକ୍ତରଖାନା ନେଇ ଡାକ୍ତରୀ ପରୀକ୍ଷା କରାଇଥିଲେ। ମାତ୍ର  ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ପୀଡ଼ିତାଙ୍କ ଭଉଣୀଙ୍କଠାରୁ ସବୁ କଥା ଶୁଣିବା ପରେ ତାଙ୍କ ବାପା ଏନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଶିକ୍ଷକ ଗଜେନ୍ଦ୍ର ଦାସଙ୍କୁ ପୁଲିସ୍‌ ଅଟକ ରଖିବା ସହିତ କେତେକ ଛାତ୍ରଙ୍କୁ ଥାନାକୁ ଆଣି ପଚରାଉଚରା କରି ଛାଡ଼ି ଦେଇଛି । ଏକ ପୁଲିସ୍‌ ଟିମ୍‌ କଟକ ଯାଇ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟ  ପକ୍ଷରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୀଡ଼ିତାଙ୍କ ଘରକୁ ଯାଇ ଅନୁସନ୍ଧାନ କରିଛନ୍ତି।



from Odisha Reporter https://ift.tt/34edSg2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages