ମହାରାଷ୍ଟ୍ରରେ ଏନସିପି ଦୁଇ ଭାଗ! କେମିତି ବହୁମତ ସାବ୍ୟସ୍ତ କରିବେ ଫଡ଼ନାଭିସ ସରକାର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 22, 2019

ମହାରାଷ୍ଟ୍ରରେ ଏନସିପି ଦୁଇ ଭାଗ! କେମିତି ବହୁମତ ସାବ୍ୟସ୍ତ କରିବେ ଫଡ଼ନାଭିସ ସରକାର?

ମୁମ୍ୱାଇ: ମହାରାଷ୍ଟ୍ରରେ ବିଜେପି ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାରଙ୍କୁ ନେଇ ଆଜି ସରକାର ଗଢ଼ିଛି। ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ହେଲେ ଏନସିପି ବିଜେପିକୁ ସମର୍ଥନ କରିଛି ବୋଲି କହିହେବ ନାହିଁ। କାରଣ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି, ଅଜିତ ପାଓ୍ୱାରଙ୍କର ଏହା ବ୍ୟକ୍ତିଗତ ନିଷ୍ପତ୍ତି। ଏନସିପି ଏହାକୁ ସମର୍ଥନ କରୁନାହିଁ। ଅନ୍ୟପଟେ ଫଡ଼ନଭାସ୍ ସରକାରକୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇ ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ରହିଛି। ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ ଓ ଅନ୍ୟାନ୍ୟ ୨୯ ବିଧାୟକ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି।

ବିଜେପି ଏବେ ଏନସିପି ନେତା ଅଜିତ ପାଓ୍ୱାରଙ୍କୁ ନେଇ ସରକାର ଗଢ଼ିଛି। ହେଲେ ଏନିସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି ବିଜେପି ସହ ମେଣ୍ଟ ହୋଇନାହିଁ। ଅଜିତ ପାଓ୍ୱାର ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ନେଇ ବିଜେପି ସହ ମିଶିଛନ୍ତି। ତେବେ ଅଜିତ ପାଓ୍ୱାରଙ୍କ ପାଖରେ ଏନସିପିରୁ ଏବେ ୨୨ ବିଧାୟକଙ୍କ ସମର୍ଥନ ରହିଥିବା ସୂଚନା। ଅର୍ଥାତ୍ ବିଜେପି ପାଖରେ ମୋଟ୍ ୧୨୭ ବିଧାୟକଙ୍କ ସମର୍ଥନ ରହିଛି। ଯାହାକି, ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ଠାରୁ ୧୮ ବିଧାୟକ କମ୍।



from Odisha Reporter https://ift.tt/2pKkZOn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages