‘ମାଗଣା ପାଣି ଦେବା ନାଁରେ ବିଷ ପିଆଉଛନ୍ତି କେଜ୍ରିଓ୍ୱାଲ୍ ସରକାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

‘ମାଗଣା ପାଣି ଦେବା ନାଁରେ ବିଷ ପିଆଉଛନ୍ତି କେଜ୍ରିଓ୍ୱାଲ୍ ସରକାର’

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପାଣି ସବୁଠୁ ଖରାପ। କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ (ବିଏସଆଇ) ଏହି ରିପୋର୍ଟ ଦେଇଛି। ଏବେ ଏହାକୁ ନେଇ ଆରମ୍ଭ ହୋଇଛି ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ଏବଂ ବିରୋଧୀ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ। ଦିଲ୍ଲୀର ପାଣି ପରୀକ୍ଷା ପାଇଁ ୧୦ଟି ନମୁନା ବିଭିନ୍ନ ଜାଗାରୁ ସଂଗ୍ରହ କରିଥିଲା ବିଏସଆଇ। ଏହାପରେ ୧୧ଟି ଗୁଣବତ୍ତାରେ ଏହି ସମସ୍ତ ନମୁନାକୁ ପରୀକ୍ଷା କରାଯାଇଥିଲା। ହେଲେ ୧୦ଟି ଯାକ ନମୁନାରେ ଆବଶ୍ୟକ ମାପଦଣ୍ଡ ଅନୁଯାୟୀ ଗୁଣବତ୍ତା ନଥିଲା ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଳାଶ ପାଶଓ୍ୱାନ କହିଥିଲେ।

ଏହାପରେ ରବିବାର କେନ୍ଦ୍ରମନ୍ତ୍ରୀ ଡକ୍ଚର ହର୍ଷବର୍ଦ୍ଧନ ତଥା ଦିଲ୍ଲୀ ଚାନ୍ଦିନୀଚୌକର ସାଂସଦ ଆମ୍ ଆଦମୀ ପାର୍ଟି ସରକାର ବିରୋଧରେ ବର୍ଷିଥିଲେ। ଟୁଇଟ୍ କରି ସେ କହିଥିଲେ, ‘ମାଗଣାରେ ପାଣି ଦେବା ନାଁରେ ବିଷ ପିଆଉଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ୍। ଦେଶରେ ୨୦ଟି ସହରକୁ ନେଇ ହୋଇଥିବା ପାଣିରୁ ଦିଲ୍ଲୀର ପାଣି ସବୁଠୁ ଖରାପ। ବିକାଶର ଡେଙ୍ଗୁରା ପିଟୁଥିବା ଆପ୍ ସରକାର ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବାରେ ବିଫଳ’।

ଏମିତିକି ରବିବାର ଦିଲ୍ଲୀବାସୀ କେଜ୍ରିଓ୍ୱାଲ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ପାଣି ପ୍ରସଙ୍ଗରେ ନାରାବାଜି କରୁଥିଲେ। ବିଭିନ୍ନ ସ୍ଥାନରେ ଏହି ପ୍ରସଙ୍ଗରେ କେଜ୍ରିଓ୍ୱାଲ ସରକାରଙ୍କ ବିରୋଧରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ମଧ୍ୟ ଏହାର ଜବାବ ଦେଇଛନ୍ତି। କେଜ୍ରିଓ୍ୱାଲ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଟ୍ୟାଗ କରି ଟୁଇଟ୍ କରି କହିଛନ୍ତି, ‘ସାର୍ ଆପଣ ତ ଡାକ୍ତର। ଆପଣ ଜାଣିଛନ୍ତି ଏହି ରିପୋର୍ଟ ମିଛ, ରାଜନୀତିକ ପ୍ରେରିତ। ଆପଣଙ୍କ ଭଳି ବ୍ୟକ୍ତିତ୍ୱ ଏଭଳି ନୀଚ ରାଜନୀତି କରିବା ଉଚିତ୍ ନୁହେଁ’।

ସୂଚନୋଯୋଗ୍ୟ, ମୋଦି ସରକାରଙ୍କ ଲକ୍ଷ୍ୟ ୨୦୨୪ ସୁଦ୍ଧା ସ୍ୱଚ୍ଛ ପାଣି ପ୍ରତି ଘରେ ପହଞ୍ଚାଇବା। ତେଣୁ ପାଣିର ମାନକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଏହି ପରୀକ୍ଷା କରାଯାଉଛି। ଏ ନେଇ କୌଣସି ରାଜନୀତି ନହେବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ପାଶଓ୍ୱାନ କହିଥିଲେ।



from Odisha Reporter https://ift.tt/2NYrIgR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages