ରିଲିଜ୍‌ ପୂର୍ବରୁ ଫସିଲା ଭାଇଜାନ୍‌ଙ୍କ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 26, 2019

ରିଲିଜ୍‌ ପୂର୍ବରୁ ଫସିଲା ଭାଇଜାନ୍‌ଙ୍କ ଫିଲ୍ମ

ମୁମ୍ବାଇ: ଆଜିକାଲି ପ୍ରାୟ ସବୁ ଫିଲ୍ମ ରିଲିଜ୍‌ ପୂର୍ବରୁ ବିବାଦରେ ପଡୁଛନ୍ତି। ଏବେ ଏଥିରେ ସାମିଲ ହୋଇଛି ଆସନ୍ତା ମାସ ୨୦ ତାରିଖରେ ରିଲିଜ୍‌ ହେବାକୁ ଥିବା ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଦବଙ୍ଗ ୩’। ଫିଲ୍ମର ଟାଇଟଲ୍‌ ସଙ୍ଗ୍ ‘ହୁଡ୍‌ ହୁଡ୍‌ ଦବଙ୍ଗ’କୁ ନେଇ ଦେଖାଦେଇଛି ବିବାଦ। ଏହା ହିନ୍ଦୁମାନଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ହିନ୍ଦୁ ଜନଜାଗୃତି ସମିତି ପକ୍ଷରୁ ଏହି ଅଭିଯୋଗ କରାଯାଇଛି।

ସମିତିର ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡର ସଂଯୋଜକ ସୁନୀଲ୍ ଘଂୱାତ୍ କହିଛନ୍ତି, “ଫିଲ୍ମଟିର ଟାଇଟଲ୍‌ ସଙ୍ଗ୍ ‘ହୁଡ୍‌ ହୁଡ୍‌ ଦବଙ୍ଗ’ରେ କିଛି କଳାକାର ମୁନିଋଷି ବେଶରେ ସଲମାନଙ୍କ ସହ ଆପତ୍ତିଜନକ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହାଦ୍ୱାରା ହିନ୍ଦୁମାନଙ୍କର ଧର୍ମୀୟ ଭାବନାକୁ ଆଘାତ ଲାଗିଛି। ଏପରି କରି ସଲ୍‌ମାନ୍‌  ମୁନିଋଷିମାନଙ୍କୁ ଅସମ୍ମାନ କରିଛନ୍ତି। ସେ କ’ଣ ମୁଲ୍ଲା-ମୌଲବି କିମ୍ବା ଫାଦର୍‌-ବିଶପଙ୍କୁ ଏଭଳି ଅସମ୍ମାନ କରିବାର ସାହସ କରିପାରିବେ? ତେଣୁ ଜନଜାଗୃତି ସମିତି ଏହି ଫିଲ୍ମ ଉପରେ ରୋକ୍‌ ଲଗାଇବାକୁ ଦାବି କରିଛି।”

ସୂଚନାଯୋଗ୍ୟ, ଏହି ଫିଲ୍ମଟି ସଲ୍‌ମାନ୍‌ଙ୍କ ସୁପର୍‌ହିଟ୍‌ ଫିଲ୍ମ ‘ଦବଙ୍ଗ’ର ତୃତୀୟ ପାର୍ଟ। ଏହା ପୂର୍ବରୁ ଦବଙ୍ଗର ଦୁଇଟି ଯାକ ପାର୍ଟ ସୁପର୍‌ହିଟ୍‌ ହୋଇଥିଲା। ‘ଦବଙ୍ଗ’ ସିରିଜ୍‌ର ଅନ୍ୟ ଦୁଇଟି ଫିଲ୍ମ ପରି ଏଥିରେ ମଧ୍ୟ ସୋନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ଫିଲ୍ମରେ ଅରବାଜ୍‌ ଖାନ୍‌ ଓ ସାଉଥ୍‌ ଷ୍ଟାର କିଚ୍ଚା ସୁଦୀପ ଏଥିରେ ନଜର ଆସିବେ। ଏହି ଫିଲ୍ମ ଜରିଆରେ ଅଭିନେତା ମହେଶ ମଞ୍ଜରେକରଙ୍କ ଝିଅ ସାଇ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ୍‌ ସୁପର୍‌ଷ୍ଟାର୍ ପ୍ରଭୁ ଦେବା।



from Odisha Reporter https://ift.tt/2sgum9e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages