କଟକ (ଓଡ଼ିଶା ରିପୋର୍ଟର): ଫୋନ୍ରୁ ଆରମ୍ଭ ହୋଇଥିବା କଥାବାର୍ତ୍ତା କ୍ରମଶଃ ପ୍ରେମକୁ ରୂପାନ୍ତରିତ ହେଲା। ଉଭୟଙ୍କ ଘର ଗୋଟିଏ ଗାଁରେ ହୋଇଥିବାରୁ କଥା ବିବାହ ଯାଏ ମଧ୍ୟ ପହଞ୍ଚିଲା। ହେଲେ ହଠାତ୍ ବିଗିଡ଼ିଗଲା ବୁଝାମଣା। ସମ୍ପର୍କରେ ଦେଖାଦେଲା ଫାଟ। ପ୍ରେମିକା ରାଗି ଯାଇ ପ୍ରେମିକଙ୍କ ଉପରକୁ ଏସିଡ୍ ଫିଙ୍ଗିବାକୁ ମଧ୍ୟ ପଛାଇଲେ ନାହିଁ।
ଏପରି ଅଭାବନୀୟ ଘଟଣା ଜଗତପୁର ଥାନା ଅଧୀନ ଶିକାରୀପୁରରେ ଘଟିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ତାଙ୍କୁ ଡିସଚାର୍ଜ କରିଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଯୁବତୀକୁ ଜଗତପୁର ଥାନା ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ହେଲେ ଯୁବକଙ୍କ ପରିବାର ଲୋକେ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରି ନ ଥିବା ଜଣାଯାଇଛି।
ଏନେଇ ଏସିଡ ଆଟାକ୍ର ଶିକାର ହୋଇଥିବା ଯୁବକ କହିଛନ୍ତି, “ଯୁବତୀଜଣକ ଫୋନ୍ରେ କଥାବାର୍ତ୍ତା ହେଉଥିଲେ। ପ୍ରଥମେ ପ୍ରଥମେ ସେ ଭଲରେ କଥା ହେଉଥିଲେ ଓ ପରେ ଏଣୁତେଣୁ କଥା କହୁଥିଲେ। ସବୁବେଳେ ଦେଖା କରିବା ପାଇଁ କହିବା ସହ ବୁଲାଇବା ପାଇଁ ମଧ୍ୟ କହିଥାନ୍ତି। ହେଲେ ମୁଁ ଯେତେବେଳେ ଏସବୁ ମନା କରିଥିଲି ସେ ମୋତେ ଧମକ ଚମକ ଦେବାସହ ବ୍ଲାକ୍ମେଲିଂ କରୁଥିଲେ।”
ଗତକାଲି ରାତିର ଘଟଣା ସମ୍ପର୍କରେ ସେ କହିଛନ୍ତି ‘କାଲି ରାତିରେ ଯୁବତୀ ମୋତେ ତାଙ୍କ ଘର ପାଖକୁ ଡାକିଥିଲେ। ମୁଁ ନଦୀକୁ ଯିବି ବୋଲି କହି ମନା କରି ଦେଇଥିଲି। ଯେତେବେଳେ ମୁଁ ତାଙ୍କ ଘର ପାଖକୁ ନ ଗଲି ସେ ରାତି ପ୍ରାୟ ୧୧ଟା ପରେ ମୋ ଉପରକୁ ଏସିଡ୍ ଫିଙ୍ଗି ଦେଇଥିଲେ। ’
from Odisha Reporter https://ift.tt/2OK2bHo
No comments:
Post a Comment