ଗୁଣି ଗାରେଡ଼ି ସନ୍ଦେହରେ ଗଡ଼ିଲା ବାପ, ପୁଅଙ୍କ ମୁଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 1, 2019

ଗୁଣି ଗାରେଡ଼ି ସନ୍ଦେହରେ ଗଡ଼ିଲା ବାପ, ପୁଅଙ୍କ ମୁଣ୍ଡ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଅନ୍ଧ ବିଶ୍ୱାସର ଅନ୍ଧାରୀ ଗଳିରୁ ମୁକୁଳି ପାରୁନି ମଣିଷ । ଅନ୍ଧବିଶ୍ୱାସର ବଶବର୍ତ୍ତୀ  ହୋଇ ପଡ଼ୁଥିବା ମଣିଷ ନିଷ୍ଠୁରତାର ଚରମ ସୀମା ଅତିକ୍ରମ କରୁଦେଉଛି । ଏପରିକି କାହାକୁ ହତ୍ୟା କରିବାକୁ ବି ପଛାଉ ନାହିଁ।  ଫଳରେ ଉଜୁଡ଼ି ଯାଉଛି ବହୁ ସୁନାର ସଂସାର, ଛାରଖାର ହୋଇଯାଉଛି ପରିବାର । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି  ମାଲକାନାଗିରି ଜିଲ୍ଲା ମାଥିଲି ଅଞ୍ଚଳରେ।

ସ୍ଥାନୀୟ ମାଳିଗୁଡ଼ାରେ ଗୁଣି ଗାରେଡି ସନ୍ଦେହରେ ବାପ-ପୁଅଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକଦ୍ୱୟ ହେଲେ ସଦନ ମାଳି ଓ ତାଙ୍କ ପୁଅ ନିଳେନ୍ଦ୍ର ମାଳି।  ଗାଁ ନିକଟ ନଦୀକୂଳରୁ  ଉଭୟଙ୍କ ମୃତଦେହ ମିଳିଛି। ସେମାନଙ୍କୁ ହତ୍ୟା କରି କେହି ଦୁର୍ବୃତ୍ତ ଏଠାରେ ଫିଙ୍ଗି ଦେଇଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁଛି ।

ଘଟଣାସ୍ଥଳରେ ମାଥିଲି ପୁଲିସ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୨ ଅଭିଯୁକ୍ତ ମାଥିଲି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି।ଏହି ଘଟଣାରେ ଆଉ କେଉଁ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୁଲିସ୍‌ ଖୋଳତାଡ଼ କରୁଛି।

ମିଳିଥିବା ସୂଚନା ମୁତାବକ, ସଦନଙ୍କ ପରିବାରକୁ ଗାଁ ଲୋକେ ପ୍ରାୟ ତିନି ବର୍ଷ ହେଲା ଏକ ଘରିକିଆ କରି ରଖିଥିଲେ। ସେମାନେ ଗୁଣି ଗାରେଡ଼ି କରୁଥିବା ନେଇ ଅଭିଯୋଗ ହେବାପରେ ସେମାନଙ୍କୁ ଗାଁ ଲୋକେ ବାସନ୍ଦ କରିଦେଇଥିଲେ ।



from Odisha Reporter https://ift.tt/323Y5hP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages