ବିଜେପି ନେତାଙ୍କ ଧମକର ଜବାବ ଦେଲା ଶିବସେନା, ‘ରାଷ୍ଟ୍ରପତି ପକେଟରେ ଅଛନ୍ତି କି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 1, 2019

ବିଜେପି ନେତାଙ୍କ ଧମକର ଜବାବ ଦେଲା ଶିବସେନା, ‘ରାଷ୍ଟ୍ରପତି ପକେଟରେ ଅଛନ୍ତି କି’

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଦୁଇ ଦଳର ନେତାଙ୍କ ମନ୍ତବ୍ୟ ଏହି ବିବାଦକୁ ନିଆଁରେ ଘିଅ ଢ଼ାଳିବା ସଦୃଶ ହୋଇଛି। ଆଜି ଶିବସେନା ନିଜର ଖବରକାଗଜ ‘ସାମ୍ନା’ ଜରିଆରେ ଗତକାଲି ବିଜେପି ନେତା ସୁଧୀର ମୁଙ୍ଗନତିୱାରଙ୍କ ମନ୍ତବ୍ୟକୁ ଉଦ୍ଧାର କରି ବିଜେପିକୁ କଡ଼ା ସମାଲୋଚନା କରିବା ସହିତ ଅନେକ ପ୍ରଶ୍ନ କରିଛି।

ଶିବେସେନା କହିଛି, ‘ରାଷ୍ଟ୍ରପତି ଶାସନ କ’ଣ ତୁମ ପକେଟରେ ଅଛି କି? ରାଷ୍ଟ୍ରପତି ଶାସନ ଲଗାଇବା ପାଇଁ ଆବଶ୍ୟକ ରବର ଷ୍ଟାମ୍ପ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅଛି କି? ଯଦି ମହାରାଷ୍ଟ୍ରରେ ଆମର ଶାସନ ନଆସିବ ତାହେଲେ ବିଜେପି ଷ୍ଟାମ୍ପ ଲଗାଇ ରାଷ୍ଚ୍ରପତି ଶାସନ ଅଘୋଷିତ ସମୟ ପାଇଁ ଲଗାଇ ପାରେ। ସୁଧୀର ମୁଙ୍ଗନତିୱାରଙ୍କ ଧମକର ଅର୍ଥ ଏଭଳି ଜନତା ବୁଝିବା ଉଚିତ କି?’

ଗତକାଲି ବିଜେପି ନେତା ସୁଧୀର ମୁଙ୍ଗନତିୱାର କହିଥିଲେ, ୭ ତାରିଖ ମଧ୍ୟରେ ଯଦି କେହି ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଦାବି ନ ଜାଣିବେ, ତା’ହେଲେ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ଆଶଙ୍କା ରହିଛି। ମହାରାଷ୍ଟ୍ରବାସୀ କୌଣସି ନିର୍ଦ୍ଦିଷ୍ଟ ଦଳକୁ କ୍ଷମତା ଦଖଲ ପାଇଁ ଭୋଟ ଦେଇ ନାହାନ୍ତି ବରଂ ମେଣ୍ଟ କରିଥିବା ଦଳକୁ ଦେଇଛନ୍ତି’। ଏହାପରେ ବିଜେପିକୁ କାଉଣ୍ଟର କରିବାକୁ ଯାଇ ଶିବସେନା ନିଜର ଖବରକାଗଜ ‘ସାମ୍ନା’ ଜରିଆରେ ଏଭଳି ପ୍ରଶ୍ନ କରିଛି ବିଜେପିକୁ।

ଶିବସେନା ଆହୁରି କହିଛି, ‘ମହାରାଷ୍ଟ୍ରରେ ସରକାର କାହିଁକି ଗଢ଼ା ଯାଇ ପାରୁନାହିଁ, ଏହାର କାରଣ କିଏ କହିବ? ବିଜେପିର ନେତା ହିଁ ଘୋଷଣା କରିଛନ୍ତି ତାଙ୍କ ଦଳର ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ। ତାହେଲେ ସରକାର ଗଢ଼ିବା ପାଇଁ କାହିଁକି ଦାବି କରୁନାହାନ୍ତି ବୋଲି ଶିବସେନା ପ୍ରଶ୍ନ କରିଛି। ସରକାର ଗଢ଼ିବା ପାଇଁ ସମାଧାନର ସୂତ୍ର ବାହାର କରିନପାରି ମହାରାଷ୍ଟ୍ରବାସୀଙ୍କ ଜନାଦେଶକୁ ଦୋଷ ଦେବା କେତେ ଯୁକ୍ତିଯୁକ୍ତ ବୋଲି ଶିବସେନା ପ୍ରଶ୍ନ କରିଛି ବିଜେପିକୁ। ଆଉ ସରକାର ନଗଢ଼ି ପରି ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ମୋଗଲଙ୍କ ଭଳି ଧମକ ଦେବାର ଅର୍ଥ କ’ଣ? ଆଇନ ଓ ସମ୍ୱିଧାନ କାହାର ଗୁଲାମ ନୁହେଁ’। ମହାରାଷ୍ଟ୍ରରେ ଦୁଇ ସହଯୋଗୀଙ୍କ ମଧ୍ୟରେ ଆଜି ଯେଉଁ ବିବାଦ ଛିଡ଼ା ହୋଇଛି ସେଥିପାଇଁ ଶିବସେନା ଦାୟୀ ନୁହେଁ ବୋଲି ‘ସାମ୍ନା’ ଜରିଆରେ ଶିବସେନା ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟକୁ ବହୁମତ ମିଳିଛି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଦେଖାଦେଇଛି। ଅନ୍ୟପଟେ ଶିବସେନା ରାଜ୍ୟର ଅନ୍ୟାନ୍ୟ ଦଳଙ୍କ ସହ ସରକାର ଗଠନ କରିପାରିବ ବୋଲି କହିସାରିଛି।



from Odisha Reporter https://ift.tt/2N6oMyk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages